fbpx

ରାଶିଫଳ (ରବିବାର, ୧୪ ଫେବୃୟାରୀ ୨୦୨୧)

ମେଷ : ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ । ନୂତନ ଦ୍ରବ୍ୟ ପ୍ରାପ୍ତି ହେବ । ପ୍ରତି ଯୋଜନାରେ ସଫଳ ହେବେ । ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ।

ବୃଷ : ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣ କରିବା ପରିସ୍ଥିତି ଆସିପାରେ । ପ୍ରେମ ଜୀବନ ଓ ସାଂସାରିକ ଜୀବନକୁ ନେଇ ଖୁସି ରହିବେ, ଲୋକସମ୍ପର୍କର୍ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ମିଥୁନ : ଶାରୀରିକ କିମ୍ବା ମାନସିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ମାତ୍ର ବ୍ୟବସାୟରେ ଲାଭ ହେବ । ଗୃହକୁ ବନ୍ଧୁ ଆଗମନ କିଛି ମାତ୍ରାରେ ଆତ୍ମଶାନ୍ତି ପ୍ରଦାନ କରିବ ।

କର୍କଟ : ଶୁଭପ୍ରଭାବ ବଳରେ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ବିଦ୍ୟାର୍ଥିମାନେ ନିଜ ମନମୁତାବକ ପରିବେଶରେ ସମୟ କାଟିବୋ ।

ସିଂହ : କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସହଯୋଗ ମିଳିବ । ସାଂସାରିକ ଜୀବନ ଆନନ୍ଦପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ଧାର୍ମିକ ସ୍ଥାନ ଭ୍ରମଣ କରିବେ ।

କନ୍ୟା : ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ମାତ୍ର ବ୍ୟବସାୟରେ ଲାଭ ହେବ । ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଚାକିରିରେ ପଦ ମର୍ଯ୍ୟଦା ପ୍ରାପ୍ତି ଯୋଗ ସୃଷ୍ଟି ହେବ । ବିବାହ ଯୋଗ୍ୟ ପିଲାଙ୍କର ସୁଯୋଗ ସୃୃଷ୍ଟି ହେବ ।

ତୁଳା : ଆତ୍ମଶାନ୍ତିଭରା ପରିବେଷରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରଶାସନିକ ସେବା, ଆଇନ ବିଭାଗ, ଯାନ୍ତିକ ବିଭାଗ, ପ୍ରକାଶକ, ଲେଖକ, କଳାକାର ଆଦି କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ଅଧିକ ଶୁଭଫଳ ପାଇବେ ।

ବିଛା : ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହେବ । ପିଲାମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।

ଧନୁ : ସୁଖ ଓ ଶାନ୍ତିରେ ଦିନ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୂତନ ଯାନ କିମ୍ବା କିଛି ନୂଆ ଦ୍ରବ୍ୟ କ୍ରୟ କରିବେ । ମନ ମୁତାବକ ପ୍ରତି କାର୍ଯ୍ୟ ପୂରଣ ହେବ ।

ମକର : ବ୍ୟବସାୟ ତଥା ଚାକିରିରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । କ୍ରୀଡା, ଓøଷଧ, ସାମରିକ, ଇନ୍ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଅଧିକ ଶୁଭ ହେବ ।

କୁମ୍ଭ : ଶୁଭ ସମୟ ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପରାହତ ହେବେ ଓ ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ ।

ମୀନ : ଶୁଭଦିନ ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମକ୍ଷେତ୍ର ତଥା ପାରିବାରିକ ପରିବେଶରେ ସମସ୍ତ ଦିଗରୁ ଶୁଭପ୍ରାପ୍ତି ହେବ ।

Get real time updates directly on you device, subscribe now.