fbpx

୪ ଜାତୀୟ ରାଜପଥ ଲୁଟେରା ଗିରଫ

ବଡ଼ଚଣା  ୧୬ ।୨(ଓଡିଶା ଭାସ୍କର):   ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଏହି ଲୁଟେରାମାନେ ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫଟ ଦେଇ ଏହାପରେ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି।
ଏହି ଲୁଟେରା ମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ସେମାନଙ୍କ ନିକଟରୁ ୨୭ଗ୍ରାମ ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା, ୨ଟି ବାଇକ, ଦାମି ମୋବାଇଲ, ଲ୍ୟାପଟପ, କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏମାନେ ଜାତୀୟ ରାଜପଥରେ ଅନେକ ଲୋକଙ୍କୁ ଲୁଟାଇଥିବା ଘଟଣା କୁ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.