fbpx

ରାଶିଫଳ (ବୁଧବାର, ୧୭ ଫେବୃୟାରୀ ୨୦୨୧)

ମେଷ – ଆଜି ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚାଲନ୍ତୁ । ଘର କଥା ହେଉ ଅଥବା ବନ୍ଧୁଙ୍କ ବିଷୟରେ ,ଏବିଷୟରେ ଆପଣ ନିଷ୍ପତ୍ତି ନେବା ଉଚିତ୍ ହେବ । ଏଥିପାଇଁ ଆପଣ ନିଷ୍ପତ୍ତି ନେବା ପାଇଁ ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ ।

ବୃଷ – ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି ।

ମିଥୁନ – ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ ।

କର୍କଟ – ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଆପଣଙ୍କ ଘରେ ଆନନ୍ଦର ପରିବେଶ ରହିବ । ଯଦି ଆପଣ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତଥାପି ସମୟ ବାହାରକରି ସେମାନଙ୍କ ସହ ଆନନ୍ଦିତ ହୁଅନ୍ତୁ ।

ସିଂହ – ଆଜି ଆପଣ ନିଜ ଉପରେ କାର୍ଯ୍ୟଭାର ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଏହି ଚିନ୍ତା ଘର ଏବଂ କାର୍ଯ୍ୟ ସହ ସମ୍ବନ୍ଧିତ ହୋଇଥାଇପାରେ । ଆଜି ଆପଣ ଶାନ୍ତ ରହି ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ।

କନ୍ୟା – ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚରମ ସୀମାରେ ଉପନୀତ ହେବ ।

ତୁଳା – ସପ୍ତାହରୁ ଚାଲି ଆସୁଥିବା ଯୁକ୍ତି ଏବଂ ଚିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରିବେ । ବେଶୀ ଚିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।

ବିଛା: ଶୁଭଚନ୍ଦ୍ରଙ୍କର ଶୁଭାର୍ଶୀବାଦରେ ଦିନଟି ଉତ୍ସାହରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ଉନ୍ନତି ହେବ ଫଳରେ ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।

ଧନୁ – କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ ।

ମକର – ଆଜି ଯେମିତିବି ହେଉ ଆପଣ ଆଇନଗତ ସମସ୍ୟାରୁ ମୁକ୍ତି ପାଇଯିବେ । ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗମ୍ଭୀର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ – ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

ମୀନ – ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ ।

Get real time updates directly on you device, subscribe now.