fbpx

ସ୍ୱପ୍ନରେ ଏହି ଜିନିଷ ଦେଖିଲେ ବଦଳିବ ଭାଗ୍ୟ, ମିଳିବ ମା’ଙ୍କ କୃପା

ରାତିରେ ଶୋଇବା ସମୟରେ ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ଅଧିକାଂଶ ରାତିରେ ଦେଖିଥିବା ସ୍ୱପ୍ନକୁ ସକାଳେ ଭୁଲିଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ରାତିରେ ଓ ସକାଳେ ଆସୁଥିବା ସ୍ୱପ୍ନ ଆମ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ସ୍ୱପ୍ନର ପ୍ରଭାବ ବିଷୟରେ….

ଶଙ୍ଖ ଶବ୍ଦ
ପ୍ରାୟତଃ ଲୋକମାନଙ୍କୁ ସ୍ୱପ୍ନରେ ମନ୍ଦିର ବା ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି । ଯଦି ସ୍ୱପ୍ନରେ ଶଙ୍ଖ ଶବ୍ଦ ଶୁଣାଯାଏ, ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସିବେ । ସ୍ୱପ୍ନରେ ଉଦ୍ଭିଦ କିମ୍ବା ଗଛ ସହ ଜଡିତ କିଛି ଦେଖିଲେ ଟଙ୍କା ପାଇବାର ଯୋଗ ରହିଛି ।

ମୂଷା ଦେଖିଲେ
ସ୍ୱପ୍ନରେ ପଶୁ ଦେଖିଲେ ଆମେ ଡରିଯାଉ । କିନ୍ତୁ ସ୍ୱପ୍ନରେ ମୂଷା ଦେଖିଲେ ଶୁଭ ସଙ୍କେତ ମିଳିଥାଏ । ଏପରି ସ୍ୱପ୍ନ ଦେଖିବାର ଅର୍ଥ ତୁମେ ଖୁବ ଶୀଘ୍ର ଧନୀ ହେବାକୁ ଯାଉଛ ।

ସଧବା ମହିଳା
ଯଦି ଆପଣ ସ୍ୱପ୍ନରେ କୌଣସି ମହିଳାଙ୍କୁ ଦେଖୁଛ, ଯେ କି ନାଲି ରଙ୍ଗ ଶଢି ସହ ମଥାରେ ସିନ୍ଦୁର ଲଗାଇଥିବେ, ତେବେ ବୁଝିବେ ଯେ ଆପଣଙ୍କୁ ମା ଲକ୍ଷ୍ମୀ ଦର୍ଶନ ଦେଇଛନ୍ତି । ଯଦି ଶୁକ୍ରବାର ଦିନ କୌଣସି ଝିଅ ଆପଣଙ୍କୁ ମୁଦ୍ରା ଦେଉଥିବାରୁ ଦେଖନ୍ତି, ତେବେ ଆପଣଙ୍କ ଜୀବନରେ ଧନବର୍ଷା ହେବ ।

Get real time updates directly on you device, subscribe now.