fbpx

ଜଣେ ମହିଳାଙ୍କୁ ସାପ ସବୁବେଳେ ପିଛା କରୁଛି, ଆସନ୍ତୁ ଜାଣିବା ଘଟଣାର ରହସ୍ୟ ବିଷୟରେ

ସାପକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି । ସଙ୍ଗୀତା ନାମକ ଜଣେ ମହିଳାଙ୍କୁ ସାପ ଦୀର୍ଘଦିନ ଧରି ପିଛା କରୁଥିବା ଖବର ଜଣାପଡ଼ିଛି । ମହିଳା ଜଣକ ବାହାରକୁ ଯିବା ମାତ୍ରେ ସାପ ତାଙ୍କୁ ଗୋଡ଼ାଉଥିବା ସଙ୍ଗୀତା କହିଛନ୍ତି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

ଉତ୍ତରାଖଣ୍ଡର ପୌଡ଼ି ଜନପଦ ଅଞ୍ଚଳରେ ଡେବଡାଲି ନାମକ ଗ୍ରାମରେ ସଙ୍ଗୀତା ନିଜ ପରିବାର ସହ ରୁହନ୍ତି । କିଛିଦିନ ପୂର୍ବରୁ ସଙ୍ଗୀତାଙ୍କ ଗୋଶାଳାକୁ ଏକ ସାପ ପଶି ଆସିଥିଲା । ତାଙ୍କର ଶ୍ୱଶୂର ସାପଟିକୁ ବାଡ଼େଇ ମାରିଦେଇଥିଲେ । ସେହିଦିନ ଠାରୁ ସଙ୍ଗୀତା ଏକୁଟିଆ ଥିବା ସମୟରେ ସାପଟି ତାଙ୍କୁ ଗୋଡ଼ାଉଥିବା ଜଣାପଡ଼ିଛି । ସାପଟିକୁ ମାରିବାର ଏକ ମାସ ମଧ୍ୟରେ ସଙ୍ଗୀତାଙ୍କୁ ୫ ଥର ସାପ କାମୁଡ଼ି ସାରିଲାଣି, ତଥାପି ସେ ବଞ୍ଚିଯାଇଛନ୍ତି । ସଙ୍ଗୀତାଙ୍କୁ ସାପ କାମୁଡ଼ିବା ମାତ୍ରେ ପରିବାର ବର୍ଗ ତାଙ୍କୁ ମେଡିକାଲକୁ ନେଇଥାନ୍ତି । ସେଠାରେ କିଛି ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥାନ୍ତି । ପୁଣି ତାଙ୍କୁ ସାପ ଆଉ ଥରେ କାମୁଡ଼ିଥାଏ । ଗାଁର ସବୁ ଲୋକଙ୍କର କୌଣସି ଅନିଷ୍ଠ ନହେବା ପାଇଁ ଗ୍ରାମବାସୀ ଏକତ୍ରିତ ହୋଇ ଭଗବାନ ଶିବଙ୍କ ମନ୍ଦିରରେ ପୂଜା କରିଥିଲେ । ଏସବୁ ପୂଜା ବିଧି କରିବା ପରେ ସାପଟି ସଙ୍ଗୀତାକୁ ପୁଣି ପିଛା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.