fbpx

ମଙ୍ଗେତରଙ୍କ ସହ ହ୍ୱାଟସଆପରେ ମଜା କରିବା ପଡ଼ିଲା ମହଙ୍ଗା, ଯୁବକ ଗଲେ ଜେଲ୍ ଓ ଦେଲେ ଜରିମାନା

ଆଜିକାଲି ଅନେକ ଲୋକ ସୋସିଆଲ ମିଡ଼ିଆରେ ନିଜର ସାଙ୍ଗସାଥୀଙ୍କ ନିକଟକୁ ମଜାଳିଆ ମେସେଜ୍ ପଠାଇଥାନ୍ତି । କିନ୍ତୁ ବେଳେବେଳେ ଏହି ମଜା ପାଇଁ ଅନେକ ସଜ୍ଜା କାଟିବାକୁ ପଡ଼ିଥାଏ । ଏହିପରି ଏକ ଘଟଣା ଘଟିଛି ଆବୁଧାବିରେ । ଜଣେ ଯୁବକ ନିଜର ମଙ୍ଗେତରଙ୍କୁ ଏକ ଫନି ମେସେଜ୍ ପଠାଇ ଜେଲ ଯିବା ସହ ୪ ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି ।

ଯୁବକ ଜଣଙ୍କ ନିଜର ମଙ୍ଗେତରଙ୍କୁ ହ୍ୱାଟସଆପରେ ‘ହବଲା’ ଲେଖି ପଠାଇଥିଲେ । ଏହି ମେସେଜ ପଠାଇବା ଯୁବକଙ୍କ ପାଇଁ କାଳ ସାଜିଲା । ପ୍ରକୃତରେ ‘ହବଲା’ର ଅର୍ଥ ହିନ୍ଦିରେ ବେବକୁଫ ଓ ଇଂରାଜୀରେ ଇଡିଅଟ୍ ଅଟେ । ଯୁବକଙ୍କ ମେସେଜ୍ ପଢ଼ି ମଙ୍ଗେତର ନାରାଜ ହୋଇଗଲେ ଓ ପୋଲିସର ମାମଲା ଦାୟର କରିଥିଲେ । ମାମଲାକୁ ଆଧାର କରି ଯୁବକଙ୍କୁ ୬୦ ଦିନ ଜେଲରେ ରହିବାକୁ ପଡ଼ିଲା । ଏଥିସହ ଯୁବକ ଜଣକ ୪ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେଲେ । ଲିଗାଲ ଆଡଭାଇଜରଙ୍କ ସୂଚନା ଅନୁଯାୟୀ, ଯଦି କେହି ସୋସିଆଲ ମିଡ଼ିଆରେ କୌଣସି ପ୍ରକାର ଆପତ୍ତିଜନକ ଶବ୍ଦର ପ୍ରୟୋଗ କରନ୍ତି, ତେବେ ତାହା ଏକ ପ୍ରକାର ସାଇବର କ୍ରାଇମ୍ ଅଟେ ।

Get real time updates directly on you device, subscribe now.