fbpx

ରାଜ୍ୟରେ ଆଉ ୮୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୫।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୮ ଟି ଜିଲ୍ଲାରୁ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ ସ୍ଥାନୀୟ ଅଞ୍ଚଳରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୨୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୪୭ ରହିଥିବା ବେଳେ ୮୧୨ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ସମ୍ବଲପୁରରୁ ସର୍ବାଧିକ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୩ ଜଣ, ବାଲେଶ୍ବରରୁ ୧୨ ଜଣ, ଖୋର୍ଦ୍ଧାରୁ ୧୦ ଜଣ, ଭଦ୍ରକରୁ ୯ ଜଣ, ଯାଜପୁରରୁ ୬ ଜଣ, ଗଞ୍ଜାମ, ଝାରସୁଗୁଡା ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ,ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.