fbpx

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍-ବୋଲେରୋ ଧକ୍କାରେ ୯ ମୃତ, ୩ ଗୁରୁତର

ଆଗ୍ରା, ୧୧ା୩ (ଓଡିଶା ଭାସ୍କର): ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ବିପରୀତ ଦିଗରୁ ଆସୁଥିବା ଟ୍ରକ ଓ ବୋଲେରୋ ପରସ୍ପର ସହ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗ୍ରା ଜାତୀୟ ରଜପଥ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.