fbpx

୮୦ ବର୍ଷୀୟ ବୃଦ୍ଧ ୩୦ ବର୍ଷ ଧରି ଖାଉଛନ୍ତି ପଥର, ଜାଣନ୍ତୁ ଏହା ପଛର ସତ୍ୟତା

ସତାରା, ୧୧ା୩: ମହାରାଷ୍ଟ୍ରର ସତାରା ଅଞ୍ଚଳରେ ରହୁଥିବା ଜଣେ ୮୦ ବର୍ଷୀୟ ବୃଦ୍ଧ ୩୦ ବର୍ଷ ଧରି ପଥର ଖାଉଛନ୍ତି । ଏହି ବୃଦ୍ଧଙ୍କ ନାମ ରାମଭାଉ ଭୋଡକେ । ରାମଭାଉଙ୍କୁ ତାଙ୍କର ଗ୍ରାମର ଲୋକମାନେ ‘ପଥର ବାବା’ ବୋଲି ଡାକୁଛନ୍ତି । କିଛିଦିନ ପୂର୍ବରୁ ସେ ପଥର ଖାଉଥିବା ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା ।

୧୯୮୯ ମସିହାରେ ରାମଭାଉ ମଜଦୁରୀ କରିବାକୁ ଯାଇଥିଲେ । ସେ ସମୟରେ ତାଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତିନି ବର୍ଷ ମୁମ୍ବାଇରେ ଚିକିତ୍ସା କରିବା ପରେ ମଧ୍ୟ ପେଟ ସମସ୍ୟା ଦୂର ହୋଇନଥିଲା । ଏହାପରେ ସେ ସତାରା ଫେରିଯାଇ କ୍ଷେତବାଡ଼ି କାମ କରିଥିଲେ । ପୁଣି ତାଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହେବାରୁ ଗାଁର ଜଣେ ବୁଢ଼ୀ ଲୋକ ତାଙ୍କୁ ପଥର ଖାଇବାର ଉପାୟ ବତାଇଥିଲେ । ପଥର ଖାଇବାରେ ତାଙ୍କୁ ଆରାମ ମିଳିଥିଲା । ଫଳରେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ଦିନକୁ ୨୫୦ ଗ୍ରାମ ଲେଖାଏଁ ପଥର ଖାଇ ଆସୁଛନ୍ତି ବୋଲି ରାମଭାଉ କହିଛନ୍ତି ।

Get real time updates directly on you device, subscribe now.