fbpx

ସ୍ଥିତି ଅସମ୍ଭାଳ ! ଏହି ସହରକୁ ପୁଣି ଫେରିଲା ଲକ୍-ଡାଉନ୍

ପୁଣେ,୧୧ ।୩: ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ବିଗିଢିବାରେ ଲାଗିଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି । ନାଗପୁରର ପ୍ରଭାରୀ ବା ମନ୍ତ୍ରୀ ନିତିନ ରାୱତ ଆଜି ଏହାର ଘୋଷଣା କରିଛନ୍ତି । ଏହି ସହରରେ ୧୫ ମାର୍ଚ୍ଚରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ରହିବ । ସହରରେ କୌଣସି ଲୋକଙ୍କୁ ବାହାରକୁ ଯତିବାକୁ ଅନୁମତି ମିଳିବ ନାହିଁ, କେବଳ ଜରୁରୀ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ।

ତେବେ ନାଗପୁରରେ ଗତ ବୁଧବାର ଦିନ ୧୭୧୦ ନୂଆ ମାମଲା ସାମ୍ନାକୁ ଆସିଥିଲା । ୧୭୩ ଦିନ ପରେ ଏହା ଥିଲା କରୋନାର ସର୍ବାଧିକ ରେକର୍ଡ ମାମଲା । ନାଗପୁର ନଗର ନିଗମ ବୁଧବାର ଦିନ କହିଥିଲେ ଯେ, ‘କରୋନାର ନୂଆ ମାମଲାରେ ମହିଳା ଓ ୨୦ରୁ ୪୦ ବୟସର ଲୋକେ ସଂକ୍ରମିତ ହେଉଛନ୍ତି । ଏତେ ପରେ ବି ଲୋକମାନେ କରୋନାକୁ ହାଲକାରେ ନେଉଥିବା ନଗର ନିଗମ ପ୍ରଶାସନ କହିଛନ୍ତି ।

ପୂର୍ବରୁ ମାର୍ଚ୍ଚ ୯ ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଥାନେ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ କରାଯାଇଥିବା ୧୬ଟି କୋଭିଡ୍-୧୯ ହଟସ୍ପଟ ଅଞ୍ଚଳରେ ସଂପୂର୍ଣ୍ଣ ଲକ୍-ଡାଉନ୍ ଘୋଷଣା କରାଯାଇଛି । ଆଗକୁ କୋଭିଡ୍-୧୯ ହଟସ୍ପଟ ସଂଖ୍ୟାରେ ବୃଦ୍ଧି ସହ ସଂକ୍ରମଣ ଅଧିକ ଅଞ୍ଚଳକୁ ବ୍ୟାପିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

Get real time updates directly on you device, subscribe now.