![AAKASH](https://odishabhaskar.com/wp-content/uploads/2024/06/Web-.jpg)
କଟକ, ୧୪ା୩ (ଓଡିଶା ଭାସ୍କର): କଟକର ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲର ଆଞ୍ଚଳିକ ସିଟି ସ୍କାନରେ ଏହି ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ପରେ ଧୂଆଁ ବାହାରୁଥିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।