fbpx

ରାଜ୍ୟରେ ହାଇସ୍କୁଲ ବନ୍ଦ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) : ରାଜ୍ୟରେ ହାଇସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ହଜାରେ ହାଇସ୍କୁଲ ବନ୍ଦ ନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି ।

ତେବେ ଗୃହରେ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ସମୀର କହିଛନ୍ତି ଯେ, ‘କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ତ ପିଲା ନାହାନ୍ତି । ଆଉ କେଉଁଠି ପିଲା ଅଛନ୍ତି ତ ଶିକ୍ଷକ ନାହାନ୍ତି । କିଛି ଜାଗାରେ ରାସ୍ତା ଏପଟେ ଗୋଟିଏ, ଆରପଟେ ଆଉ ଗୋଟେ ସ୍କୁଲ ରହିଛି । ଏହାକୁ ନେଇ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି । ଚିଠା ପ୍ରସ୍ତାବ ଦିଆଯିବା ପରେ ଏହା ଉପରେ ବିଚାରବିମର୍ଶ ଚାଲିଛି । ହଜାରେ ହାଇସ୍କୁଲ ବନ୍ଦ ନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନି ।’

Get real time updates directly on you device, subscribe now.