fbpx

କରୋନାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଜାଣନ୍ତୁ କେବେ ଖୋଲିବ ସ୍କୁଲ ଓ କଲେଜ

ନୂଆଦିଲ୍ଲୀ, ୨୭ା୩: ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଜାନୁଆରୀ ୫ ତାରିଖ ପରଠାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆସନ୍ତା ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ଓ କଲେଜର ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ନିୟମିତ ଅଫିସ ଆସିବେ । ଏଥିସହ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ ଆସିବାକୁ କୁହାଯାଇଛି । ଯେଉଁ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଚାଲୁ ରହିଛି, ସେହି ସ୍କୁଲର ଛାତ୍ର ଓ କର୍ମଚାରୀମାନେ ସ୍କୁଲ ଆସିବେ । ଏତଦବ୍ୟତୀତ ସାଂସ୍କୃତିକ ଓ ସାର୍ବଜନିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଛି । ସାମୂହିକ କାର୍ଯ୍ୟମାନଙ୍କରେ ୨୦୦ ଲୋକଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.