fbpx

ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ୨ କନେଷ୍ଟବଳଙ୍କୁ ବଦଳି  

ମୟୂରଭଞ୍ଜ, ୩୦ ।୩(ଓଡିଶା ଭାସ୍କର) : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଡ୍ୟୁଟିରେ ଥିବା ୨ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ୨ କନେଷ୍ଟବଳ ଯଥା- ରାଜଲକ୍ଷ୍ମୀ ଲେଙ୍କା ଓ ସିଲୁ ମଲ୍ଲିକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ନେଇ ସୂଚନା ମିଳିଛି ।

ଘଟଣା ମୁତାବକ, ଗତ ରବିବାର ଦିନ ବିନା ହେଲମେଟ‌ରେ ଜଣେ ମହିଳା ସ୍ବାମୀଙ୍କ ସହ ଯାଉଥିଲେ । ଚାଲାଣ କାଟିବାରୁ ଅନଲାଇନରେ ଟଙ୍କା ଦେବାକୁ କହିଥିଲେ ସ୍ବାମୀ । କିନ୍ତୁ ମହିଳାଙ୍କୁ ରାସ୍ତାରେ ଛାଡ଼ି ସ୍ବାମୀଙ୍କୁ ଥାନାକୁ ନେଇଯାଇଥିଲେ OIC । ମହିଳା ୩ କିଲୋମିଟର ଚାଲିଚାଲି ଥାନାକୁ ଯାଇଥିଲେ । ଘଟଣାକୁ ନେଇ ସ୍ବାମୀ ସ୍ତ୍ରୀ SDPOଙ୍କ ନିକଟରେ ଅଭିଯୋଗ କରିଥିଲେ। ଗର୍ଭବତୀ ମହିଳାଙ୍କୁ ଏତେ ବାଟ ଚଲାଇବାରୁ ମୟୂରଭଞ୍ଜ ଶରତ ଥାନା ଅଧିକାରୀ ରୀନା ବକ୍ସଲା ନିଲମ୍ବିତ ହୋଇଛନ୍ତି । OIC ରୀନାଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ SP ।

Get real time updates directly on you device, subscribe now.