fbpx

ଏହା କାହାର ମୁହଁର ଚିତ୍ର ନୁହେଁ, ଏହା ହେଉଛି …… ଜାଣନ୍ତୁ କ’ଣ

ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସମଗ୍ର ବିଶ୍ୱରେ ଯେ ଅଗ୍ରଣୀ, ଏକଥା ସମସ୍ତେ ଜାଣନ୍ତି । ଜାପାନ ଏକ କ୍ଷୁଦ୍ର ଦେଶ ହେଲେ ମଧ୍ୟ ସର୍ବଦା କିଛି ନା କିଛି ନୂଆ କରି ସାରା ଦୁନିଆରେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଜାପାନୀମାନେ ଏପରି ଏକ ପର୍ସ ତିଆରି କରିଛନ୍ତି, ଯାହାକୁ ଦେଖିବା ପରେ ଦେଖଣାହାରୀ ତାଜୁବ ହେବା ସ୍ୱାଭାବିକ । ପ୍ରଦର୍ଶିତ ଚିତ୍ରଟି ହେଉଛି ମଣିଷ ମୁହଁ ପରି ଡିଜାଇନ ହୋଇଥିବା ଏକ ପର୍ସ । ଏହାକୁ ଦେଖିବା ପରେ ଯେ କେହି କହିବ ଯେ, ଏହା ହେଉଛି ଜଣକଙ୍କର ମୁହଁ ବୋଲି । ଅସମ୍ଭବକୁ ସମ୍ଭବ କରିବାରେ ଯେ ଜାପାନୀମାନେ ମାହିର, ତାହା ଏହି ଚିତ୍ରଟି ପ୍ରମାଣିତ କରୁଛି ।

ଏହି ପର୍ସ ଉପରେ ନିର୍ମିତ ଏକ ଭିଡିଓ ଟ୍ୱିଟରରେ ଶେୟାର କରାଯାଇଥିଲା । ପରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା । କୋଟିଏରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଥିବା ବେଳେ ୨ ଲକ୍ଷରୁ ଅଧିକ ଲାଇକସ୍ ମିଳିଥିଲା । ଭିଡିଓଟି ମାତ୍ର ୫୪ ସେକେଣ୍ଡର ହୋଇଥିଲେ ମଧ୍ୟ ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହି ପର୍ସଟିରେ ମଣିଷର ଓଠ, ଦାନ୍ତ, ଜିଭ ଆଦିର ଚିତ୍ର ପୂରା ଜୀବନ୍ତ ଲାଗୁଛି ।

Get real time updates directly on you device, subscribe now.