fbpx

ଦଶମ ଓ +୨ ପରୀକ୍ଷା ତାରିଖ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବିଭାଗରେ ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି । କିନ୍ତୁ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ ତାରିଖରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶଷିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି । ସେ କହିଛନ୍ତି ଯେ, ‘ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ମାଟ୍ରିକ ଓ +୨ ପରୀକ୍ଷା ହେବ । ୯ମ ପରୀକ୍ଷା ସମ୍ପର୍କରେ ସରକାରେ ଆଲୋଚନା କରୁଛନ୍ତି । ଯେହେତୁ ନବମ କ୍ଲାସ ବନ୍ଦ ରହିଛି, ପରୀକ୍ଷା କଥା ସ୍ଥିର ହୋଇନି । ପରୀକ୍ଷା ସମ୍ପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ।’ କୋଭିଡ ଦୃଷ୍ଟିରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ନବମ ଓ ଏକାଦଶ କ୍ଲାସ୍‌ରେ ପାଠ ପଢ଼ା ବନ୍ଦ ରଖିବାକୁ କିଛିଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ କ୍ଲାସ୍‌ ବନ୍ଦ ରହିବ। ଏଥିସହ ହଷ୍ଟେଲ ଓ ଆବାସିକ ସ୍କୁଲରେ ପଢୁଥିବା ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Get real time updates directly on you device, subscribe now.