fbpx

ଐଶ୍ୱର୍ଯ୍ୟା ରାୟଙ୍କର ସେ ହେଉଛନ୍ତି ଅବିକଳ ନକଲ,ତାଙ୍କର ବିକିନୀ ଅବତାର ଲଗାଇଲା ଦର୍ଶକଙ୍କ ମନରେ ନିଆଁ, ଜାଣନ୍ତୁ ସେ କିଏ

ବଲିଉଡରେ ପ୍ରତ୍ୟେକ ମୁହୂର୍ତ୍ତରେ କୌଣସି ନା କୌଣସି ନବାଗତ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଥାଏ । ବର୍ତ୍ତମାନ ସମୟରେ ଯାହାକୁ ନେଇ ବଲିଉଡରେ ନିଆଁ ଲାଗିଛି, ସେ ହେଉଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅବିକଳ ନକଲ ମହଲଗା ଜାବେରୀ । ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ଡୁବ୍ଲିକେଟ୍ ଚେହେରାଧାରୀ ଦୁଇ ହଟ୍ ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଓ ଜରିନ୍ ଖାନ୍ ବଲିଉଡରେ ଭାଇଜାନ୍ ସଲମାନ ଖାନଙ୍କ ସହ ଅଭିନୟ କରି ନିଜର ପରାକ୍ରମ ଦେଖାଇ ଦର୍ଶକଙ୍କୁ ମତୁଆଲା କରିସାରିଛନ୍ତି । ଦେଖାଯାଉ, ମହଲଗା ନିଜର ରୂପ ଯୌବନରେ କିପରି ଦର୍ଶକଙ୍କୁ ମତୁଆଲା କରୁଛନ୍ତି । ଭାଇଜାନ କେବେ ମହଲଗାଙ୍କୁ ଦେବେ ଚାନ୍ସ, ଆଉ କରିବେ ରୋମାନ୍ସ ସେଇ ମୁହୂର୍ତ୍ତକୁ ହିଁ ସଭିଙ୍କର ଅପେକ୍ଷା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଲିଉଡର ଭାଇଜାନ୍ ସଲମାନ ଖାନଙ୍କର ପୂର୍ବତନ ପ୍ରେମିକା ହେଉଛନ୍ତି ଐଶ୍ୱର୍ଯ୍ୟା ।

ତେବେ ପରବର୍ତ୍ତୀ ସମୟରେ ସ୍ନେହା ଓ ଜରିନଙ୍କ ଭଳି ଅଭିନେତ୍ରୀଙ୍କ ସହିତ ଅଭିନୟ କରିବା ସମୟରେ ସଲମାନଙ୍କୁ ନେଇ ବହୁତ ଚର୍ଚ୍ଚା ହେଉଥିଲା ।

ଉଭୟଙ୍କର ଚେହେରା ଐଶ୍ୱର୍ଯ୍ୟାଙ୍କ ସହିତ ସାମାନ୍ୟ ମିଶୁଥିବାରୁ ସଲମାନ ସେମାନଙ୍କ ସହ ଅଭିନୟ କରିବାକୁ ଚାହିଁଥିଲେ ବୋଲି ଚର୍ଚ୍ଚା ହେଉଥିଲା ।

ବଲିଉଡରେ ଭାଇଜାନଙ୍କ ସହିତ ଅଭିନୟ କରିବା ନୂଆ ନୂଆ ଅଭିନେତ୍ରୀଙ୍କ ଭାଗ୍ୟ । ମହଲଗା ହେଉଛନ୍ତି ଜଣେ ଇରାନିଆନ ମଡେଲ ତଥା ଅଭିନେତ୍ରୀ ।

୧୯୮୯ ମସିହା ଜୁନ ମାସ ୧୭ ତାରିଖରେ ଏହି ସୁନ୍ଦରୀ ଜନ୍ମ ଗ୍ରହଣ କରିଥିଲେ ।

ଏହି ୩୧ବର୍ଷୀୟା ଅଭିନେତ୍ରୀଙ୍କ ସୁନ୍ଦର ଚେହେରା, ଆକର୍ଷଣୀୟ ଶାରୀରିକ ଗଠନ, ନୀଳ ଆଖି, ସମସ୍ତଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ ।

ସେ ୧୦ ବର୍ଷର କିଶୋରୀ ବୟସରୁ ନିଜର ଅଭିନୟ ଆରମ୍ଭ କରିଥିଲେ ।

ତାଙ୍କର ସୁନ୍ଦର ଛବି ବିଭିନ୍ନ ମାଗାଜିନ୍ କଭର ପେଜରେ ସ୍ଥାନ ପାଇ ସାରିଛି । ସୋସିଆଲ ମିଡ଼ିଆରେ ସେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି ।

ମହଲଗାଙ୍କର ଇନଷ୍ଟାଗ୍ରାମରେ ରହିଥିବା ୩.୫ ମିଲିୟନ ଫଲୋଅର୍ସରୁ ଏହା ପ୍ରମାଣିତ ହେଉଛି ।

Get real time updates directly on you device, subscribe now.