fbpx

ପିପିଲି ଉପନିର୍ବାଚନ : ଆସନ୍ତା ୧୨ରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ । ଯାହାକୁ ନେଇ ରାଜନୀତି ମାହଲ ସରଗରମ ହେବାରେ ଲାଗିଛି । ଦଳମାନେ ଷ୍ଟାର ପ୍ରଚାରକ ଧରି ନିଜ ନିଜ ଦଳ ପାଇଁ ପ୍ରଚାର ଜୋରସୋରରେ ଚଲାଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ତିନି ଦଳର ପ୍ରମୁଖ ନେତାମାନେ ପ୍ରଚାର ପାଇଁ ମଇଦାନରେ ସାମିଲ ହେବାରେ ଲାଗିଛନ୍ତି । ଏଥି ଲାଗି ମୁଖ୍ୟମନ୍ତ୍ରୀ ବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅସନ୍ତା ୧୨ ତାରିଖରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ପ୍ରଚାର କରିବେ । ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ୬ଟି ଜିଲ୍ଲା ପରିଷଦ ଜୋନରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ । ରାଜ୍ୟ ସରକାରଙ୍କ ବିକାଶ ଏଜେଣ୍ଡାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଅସନ୍ତା ୧୩ ତାରିଖରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳ ପାଇଁ ପ୍ରଚାର ଆରମ୍ଭ କରିବେ । କେନ୍ଦ୍ର ସରକାରଙ୍କ ସଫଳତାକୁ ଏଜେଣ୍ଡା କରି ପ୍ରଚାର ମଇଦାନକୁ ଧର୍ମେନ୍ଦ୍ର ପ୍ରଧାନ ଓହ୍ଲେଇବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.