fbpx

ବାଘଠାରୁ ବି ଅଧିକ ଭୟଙ୍କର ଅମିତ୍ ଶାହ: ମମତା ବାନାର୍ଜୀ

କୋଲକାତା, ୧୦ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗରେ ବତ୍ତର୍ମାନ ଜାରି ରହିଛିି ନିର୍ବାଚନୀ ମାହୋଲ୍ । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ଅମିତ୍ ଶାହ ରାଜ୍ୟରେ ନିର୍ବାଚନ ନାଁରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ନିୟୋଜିତ ପୋଲିସ୍ ମଧ୍ୟ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏଥିସହ ବିଜେପି ନେତା ମାନେ ନନ୍ଦୀଗ୍ରାମର ମୁସଲମାନଙ୍କୁ ପାକିସ୍ତାନୀ ବୋଲି କହିଛନ୍ତି । ତେବେ ବିଜେପି ଉପରେ ଏହି ଆରୋପ ଲଗାଇବା ପରେ ସେ କହିଛନ୍ତି ଯେ, “ନେତାମାନଙ୍କୁ ଗଳାରେ ଦଉଡି ଦେଇ ମରିଯିବା ଦରକାର’ । ଏହାକୁ ନେଇ ଏବେ ସେଠାରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି ।

ପୂର୍ବ ବର୍ଦ୍ଧମାନର ମେମାରୀଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ମମତା କହିଥିଲେ, ‘ମୁଁ ମୋର ସାରା ଜୀବନରେ ଏପରି ଗୁଣ୍ଡା(ଗ୍ୟାଙ୍ଗଷ୍ଟର), ଦଙ୍ଗାକାରୀ ଗୃହମନ୍ତ୍ରୀଙ୍କୁ ଦେଖି ନାହିଁ । ଅମିତ ଶାହା ବାଘ ଅପେକ୍ଷା ଅଧିକ ବିପଦଜନକ । ଲୋକେ ତାଙ୍କ ସହ କଥା ହେବାକୁ ଭୟ କରୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କୁ ନିୟନ୍ତ୍ରଣ କରିବାକୁ ଅନୁରୋଧ କରିବି ’। ଦିଦି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆୟୋଗ ତରଫରୁ ନୋଟିସ୍ ଯିବା ପରେ ଦିଦି, ମୋଦୀ ଉଦ୍ଦେଶ୍ୟରେ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କେତୋଟି ମାମଲା ରୁଜୁ ହୋଇଛି? ସେ ପ୍ରତିଦିନ ହିନ୍ଦୁ-ମୁସଲିମ୍ କରୁଛନ୍ତି । ସେହି ଲୋକମାନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇନି, ଯେଉଁମାନେ ନନ୍ଦୀଗ୍ରାମର ମୁସଲମାନଙ୍କୁ ପାକିସ୍ତାନୀ ବୋଲଇ କହୁଛନ୍ତି ? ସେମାନେ ନିଜ ବେକରେ ଦଉଡି ଦେଇ ମରିଯିବା କଥା’ ।

କିଛି ଦିନ ତଳେ ମମତା କେନ୍ଦ୍ରୀୟ ସୁରକ୍ଷାବାହିନୀ ବିରୋଧରେ ମତ ଦେଇଥିଲେ । ଏହାପରେ ନିର୍ବାଚନ କମିଶନ ତାଙ୍କୁ ନୋଟିସ ପଠାଇଥିଲା । ଏହାସହ ସେ କହିଛନ୍ତି, ଏହି ନିର୍ବାଚନ ବଙ୍ଗକୁ ଦ୍ବିତୀୟ ଗୁଜୁରାଟ କରିବାକୁ ରୋକିବ । ବଙ୍ଗର ମହିଳା, ମା, ଭଉଣୀଙ୍କ ସୁରକ୍ଷା ପାଇଁ ଏହି ନିର୍ବାଚନ ।

Get real time updates directly on you device, subscribe now.