fbpx

ପୁଣି ଶସ୍ତା ହେଲା ସୁନା, ଶୀଘ୍ର କିଣନ୍ତୁ, ୧୦ ହଜାର ଟଙ୍କା ପାଇବେ ଲାଭ

ନୂଆଦିଲ୍ଲୀ, ୧୩ା୪: ଭାରତୀୟ ବଜାରରେ ସୁନା ଲଗାତର ଶସ୍ତା ହେବାରେ ଲାଗିଛି । ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୪୬,୪୦୦ ଟଙ୍କା ରହିଛି । ସେହିପରି ରୁପାର ମୂଲ୍ୟ ହ୍ରାସ ପାଇ କିଲୋଗ୍ରାମ ପିଛା ୬୬,୧୪୦ ଟଙ୍କା ରହିଛି । ଗତବର୍ଷ ଅଗଷ୍ଟ ମାସରେ ସୁନା ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ରହିଥିଲା । ଅର୍ଥାତ ବର୍ତ୍ତମାନ ସୁନା ୧୦ ହଜାର ଟଙ୍କା ଶସ୍ତାରେ ମିଳୁଛି ।

ସୁନାର ମୂଲ୍ୟ କ୍ରମାଗତ ହ୍ରାସ ପାଇବା କାରଣରୁ ଉଭୟ ଗାଁ ଓ ସହର ଅଞ୍ଚଳରେ ଏହାର ଡିମାଣ୍ଡ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବିବାହ ଋତୁ ପାଖେଇ ଆସୁଥିବାରୁ ସୁନାର ଚାହିଦା ବଢ଼ିବା ସ୍ୱାଭାବିକ । କମ ଦାମର ଫାଇଦା ନେଇ ଅନେକ ଲୋକ ସୁନାରେ ନିବେଶ କରିବାକୁ ଚାହିଁଥାନ୍ତି । ବିଶେଷଜ୍ଞଙ୍କ ମତରେ, ସୁନାରେ ନିବେଶ କରିବାକୁ ଚାହୁଁଥିଲେ ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ । ଆଗକୁ ସୁନା ୧୦ ଗ୍ରାମ ପିଛା ୭୦ ହଜାର ସ୍ତରକୁ ଛୁଇଁବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.