fbpx

ବିବାହପରେ ବି ବଲିଉଡରେ ହିଟ୍ ଏହି ଅଭିନେତ୍ରୀମାନେ, ପଢ଼ନ୍ତୁ ପୁରା ଖବର

ମୁମ୍ବାଇ,୧୪ ।୪ (ଓଡିଶା ଭାସ୍କର) : ଫିଲ୍ମ ଜଗତରେ ଅଭିନେତ୍ରୀ ମାନଙ୍କ ତୁଳନାରେ ଅଭିନେତା ମାନେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରନ୍ତି । ଏହାର ମୁଖ୍ୟ କାରଣ ହେଲା ବିବାହ । ଅଭିନେତ୍ରୀ ମାନେ ବିବାହ ପରେ ଅଭିନୟ ଦୁନିଆରୁ ଧୀରେ ଧୀରେ ଦୁରେଇ ଯାଆନ୍ତି । ହେଲେ ଆଜିକା ସମୟରେ ଏଥିରେ ଅନେକ ଫରକ୍ ଆସିଯାଇଛି । ପୁର୍ବରୁ ଅର୍ଥାତ୍ ୯୦ ଦଶକର ଅଭିନେତ୍ରୀ ମାନେ ବିବାହ ପରେ ଫିଲ୍ମରେ ଅଧିକ ମନୋନିବେଶ କରିପାରୁନଥିଲେ । ହେଲେ ଏବେ ଆଉ ସେହି ସମୟ ନାହିଁ । ସମାଜରେ ଅନେକ କିଛି ପରିବର୍ତ୍ତନ ଆସିଯାଇଛି । ବର୍ତ୍ତମାନର ବଲିଉଡ୍ ଅଭିନେତ୍ରୀ ମାନେ ବିବାହ ଏବଂ ମା’ ହୋଇସାରିଲା ପରେ ମଧ୍ୟ ହିଟ୍ ଫିଲ୍ମ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ।


କରୀନା କପୁର ଖାନ୍
ବଲିଉଡର ଆଗ ଧାଡିର ନାୟିକା ମାନଙ୍କ ମଧ୍ୟରୁ କରୀନା ହେଉଛନ୍ତି ଜଣେ । ବିବାହ ପୁର୍ବରୁ ତାଙ୍କ କ୍ୟାରିୟର୍ ଏକଦମ୍ ଟପ୍ ରେ ରହିଥିଲା । ଏହାପରେ ସେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ସହ ୨୦୨୧ରେ ବିବାହ କରିଥିଲେ । ଏହାପରେ ଅନେକ ଲୋକ ଭାବିଲେ ଯେ, ବିବାହ ପରେ କରୀନା ଇଣ୍ଡଷ୍ଟ୍ରୀରୁ ଦୁରେଇ ଯିବେ । ହେଲେ ସେମିତି କିଛି ବି ହୋଇନଥିଲେ । ବିବାହ ପରେ ସେ ଏକ ରୁ ଅଧିକ ହିଟ୍ ମୁଭି ଦେଇଛନ୍ତି ଏବଂ ଏବେ ସୁଦ୍ଧା ନିଜ ସ୍ଥାନ ବଜାୟ ରଖିଛନ୍ତି ।


ରାନୀ ମୁଖାର୍ଜୀ
ରାନୀ ମୁଖାର୍ଜୀ ବଡ ପରଦାର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ସେ ସବୁ ପ୍ରକାରର ଭୂମିକାରେ ଫିଟ୍ ହୋଇଯାଆନ୍ତି । ବଲିଉଡ୍ ତାଙ୍କ କ୍ରେଜ୍ କିଛି କମ୍ ନୁହେଁ । ହେଲେ ଆଦିତ୍ୟ ଚୋପ୍ରାଙ୍କ ସହ ବିବାହ ପରେ ସେ ହାତ ଗଣତି କିଛି ଫିଲ୍ମ ରେ ନଜର ଆସିଲେ । ହେଲେ ଯେଉଁ ସବୁ ଫିଲ୍ମରେ ନଜର ଆସିଛନ୍ତି ସେଥିରେ ଚମତ୍କାର ଆକ୍ଟିଂ ସହ ହିଟ୍ ମୁଭି ଦେଇଛନ୍ତି । ୨୦୧୪ରେ ଫିଲ୍ମ ମର୍ଦାନୀ ପରେ ସେ ଅଳ୍ପ ସମୟ ପାଇଁ ବ୍ରେକ୍ ନେଇଥିଲେ । ଏହାପରେ ସେ ୨୦୧୮ରେ “ହିଚକି” ଫିଲ୍ମ ଦ୍ୱାରା ପୁଣି ଇଣ୍ଡଷ୍ଟ୍ରିକୁ କମ୍ ବ୍ୟାକ୍ କଲେ । ସେ ଶେଷ ଥର ପାଇଁ ମର୍ଦାନୀ-୨ ରେ ନଜର ଆସିଥିଲେ । ଆଉ ଆଗକୁ ତାଙ୍କର ଫିଲ୍ମ “ବଣ୍ଟି ଅର୍ ବବଲୀ-୨” ପରଦା ଉପରକୁ ଆସିବାକୁ ଯାଉଛି ।


ପ୍ରିୟଙ୍କା ଚୋପ୍ରା
ବଲିଉଡ୍ ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକୀ ସିଙ୍ଗର ଏବଂ ଆକ୍ଟର ନିକ୍ ଜୋନସ୍ ଙ୍କୁ ବିବାହ କରିଛନ୍ତି । ବଲିଉଡ୍ ରୁ ଆରମ୍ଭ କରି ହଲିଉଡ୍ ରେ ତାଙ୍କ ଆକ୍ଟିଂର ଜଲୱା ଦର୍ଶକ ଦେଖିସାରିଛନ୍ତି । ବିବାହପରେ ବି ତାଙ୍କ ଅଭିନୟ କ୍ୟାରିୟର୍ ବେଶ୍ ଭଲ ରହିଛି । ପ୍ରିୟଙ୍କାଙ୍କ ହାତରେ ଏବେ ଅନେକ ଗୁଡିଏ ହଲିଉଡ୍ ପ୍ରୋଜେକ୍ଟ ରହିଛି ଯାହା ତାଙ୍କ କ୍ୟାରିୟର୍ ରେ ଚାର୍ ଚାନ୍ଦ ଲଗାଇବ ।


କାଜୋଲ୍
୧୯୯୧ରେ ଅଭିନେତା ଅଜୟ ଦେବଗନଙ୍କ ସହ ବିବାହ ପରେ କାଜୋଲ୍ ଫିଲ୍ମ ଦୁନିଆରେ କମ୍ ନଜର ଆସିଥିଲେ । ସେ ଅମିର୍ ଖାନ୍ ଙ୍କ ସହ ଫିଲ୍ମ “ଫନା” ସହିତ ବଲିଉଡ୍ ରେ ପୁଣି କମବ୍ୟାକ୍ କଲେ । ଆଉ ସେହି ଫିଲ୍ମଟି ସେହି ସମୟରେ ହିଟ୍ ହୋଇଥିଲା । ଏହାପରେ ସେ ମାଇ ନେମ୍ ଇଜ୍ ଖାନ୍, ୱି ଆର୍ ଫ୍ୟାମିଲି, ଦିଲୱାଲେ, ତାନାଜି, ପରି ବିଗ୍ ବଜେଟ୍ ଫିଲ୍ମରେ ନଜର ଆସିଲେ । ଆଉ ସବୁ ଫିଲ୍ମ ବଡ ପରଦାରେ ହିଟ୍ ହୋଇଥିଲା ।


ଅନୁଷ୍କା ଶର୍ମା
ବଲିଉଡର ବବଲି ଗର୍ଲ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟର୍ ବିରାଟ୍ କୋହଲିଙ୍କୁ ବିବାହ କରିଛନ୍ତି । ବିବାହ ପରେ ଅନୁଷ୍କା ସଞ୍ଜୁ, ପରୀ, ସୁଇଧାଗା, ଜିରୋ ଭଳି ଫିଲ୍ମରେ ନଜର ଆସିଥିଲେ । ସେଥି ମଧ୍ୟରେ ସଞ୍ଜୁରେ ନିଭେଇଥିବା ଭୂମିକା ପାଇଁ ଅନେକ ପ୍ରଶଂସା ସାଉଁଟିଥିଲେ । ଫିଲ୍ମ ପରେ ୱେବ୍ ସିରିଜ୍ ରେ ମଧ୍ୟ ତାଙ୍କ ଆକ୍ଟିଂ ଜଲୱା ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଡକ୍ସନ୍ ହାଉସ୍ କ୍ଲିନ୍ ସ୍ଲେଟ୍ ର ୱେବ୍ ସିରିଜ୍ ରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥିଲା । ଏହାକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।


ଦୀପିକା ପାଦୁକୋନ୍
ରଣବୀର ସିଂଙ୍କୁ ବିବାହ କରିବା ପରେ ଦୀପିକା ଫିଲ୍ମ ଏବଂ ଅନେକ ଗୁଡିଏ ଆଡ୍ ରେ ନଜର ଆସିଥିଲେ । କିନ୍ତୁ ଫିଲ୍ମ “ଛପାକ୍” ପରଦା ଉପରେ ବେଶି କମାଲ୍ କରିପାରିନଥିଲା । ହେଲେ ଏବେ ଦୀପିକାଙ୍କ ହାତରେ ଅନେକ ଗୁଡିଏ ବଡ ପ୍ରୋଜେକ୍ଟ ଅଛି । ଖୁବ୍ ଶୀଘ୍ର ବଡ ପରଦାରେ ଦୀପିକା, ସ୍ୱାମୀ ରଣବୀର ସିଂଙ୍କ ସହ ଫିଲ୍ମ “୮୩’ ଏବଂ ହ୍ରିତିକ୍ ରୋଶନ୍ ଙ୍କ ସହ “ଫାଇଟର୍’ରେ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.