fbpx

ନିର୍ବନ୍ଧ କଲେ ମଲାଇକା!

ମୁମ୍ବାଇ,୧୪ ।୪ (ଓଡିଶା ଭାସ୍କର) : ବଲିଉଡର ଲଭବାର୍ଡ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ । ଏହା ଭିତରେ ଗୋଟିଏ ବଡ ଖବର ସାମନାକୁ ଆସିଛି । ଅନେକ ସମୟରୁ ପରସ୍ପରକୁ ଡେଟ୍ କରି ଆସୁଥିବା ଏହି ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । କାରଣ ମଲାଇକା ସୋସିଆଲ ମିଡିଆରେ ଏମିତି ଫଟୋ ସେୟାର କରିଛନ୍ତି ଯାହାକୁ ଦେଖି ଫ୍ୟାନ୍ସ ଭାବୁଛନ୍ତି ଯେ ଦୁହେଁ ବୋଧହୁଏ ନିର୍ବନ୍ଧ କରିସାରିଛନ୍ତି ।

 

 

View this post on Instagram

 

A post shared by Malaika Arora (@malaikaaroraofficial)


ମଲାଇକା ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଅପଲୋଡ କରିଛନ୍ତି ଯେଉଁଥିରେ ସେ ନିଜ ଡାଇମଣ୍ଡ ରିଙ୍ଗକୁ ଦେଖାଉଛନ୍ତି । ଯାହା ଫ୍ୟାନ୍ସଙ୍କୁ ଭାବିବାକୁ ବାଧ୍ୟ କରିଦେଇଛି ଯେ, ଦୁହିଁଙ୍କର ନିର୍ବନ୍ଧ ସରିଛି । ଖାଲି ଏତିକି ନୁହେଁ ଫଟୋ କ୍ୟାପସନରେ ମଧ୍ୟ ହିଣ୍ଟ ଦେଇଛନ୍ତି ଅଭିନେତ୍ରୀ । ଆଉ ଲେଖିଛନ୍ତି, ‘ସ୍ବପ୍ନର ଏହି ମୁଦି । ଏବେଠୁ ଖୁସି ଆରମ୍ଭ । ଯଦି ତୁମେ ତୁମର ଜୀବନର ପ୍ରେମ ପାଇଁ ପ୍ରଶ୍ନ କରିବାକୁ ଯୋଜନା କରୁଛ, ତେବେ ଏଗେଜମେଣ୍ଟ ରିଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ସୁନ୍ଦର ଅଟେ । ତୁମେ ତୁମର ରିଙ୍ଗକୁ ମଧ୍ୟ କଷ୍ଟମାଇଜ୍ କରିପାରିବ, ଏହା ସୁନ୍ଦର ନୁହେଁ କି ? ମୋ ମୁଦିର ସବିଶେଷ ତଥ୍ୟ ଦେଖିବାକୁ ବାମକୁ ସ୍ବାଇପ୍ କରନ୍ତୁ ।’

ଏହି ପୋଷ୍ଟକୁ ନେଇ କିଛି ଫ୍ୟାନ୍ସ ତାଙ୍କର ନିର୍ବନ୍ଧ ହୋଇଥିବା ଭାବୁଥିବା ବେଳେ କିଛି ଲୋକ ଭାବୁଛନ୍ତି ସେ କୌଣସି ନୁଆ ବ୍ରାଣ୍ଡକୁ ପ୍ରୋମୋଟ୍ କରୁଛନ୍ତି । ତେବେ ସଠିକ୍ କଥା ଜାଣିବା ପାଇଁ ମଲାଇକାଙ୍କ ଖୁଲାସା ପର୍ୟ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ ।

Get real time updates directly on you device, subscribe now.