fbpx

ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛିନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ କିଛି ବଡ ଘୋଷଣା କରିପାରନ୍ତି । ଗତ କାଲି କେନ୍ଦ୍ର ସରକାର ସିବିଏସଇ ଦଶମ ଶ୍ରେଣୀ ପାରକ୍ଷା ବାତିଲ କରିଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ନେଇଥିଲେ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଧ୍ୟାନରେ ରଖି ମାଟ୍ରିକ୍ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ବଡ ନିଷ୍ପତ୍ତି ନେଇପାରନ୍ତି ।

Get real time updates directly on you device, subscribe now.