fbpx

ରାଜଧାନୀରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍! ମୁଖ୍ୟମନ୍ତ୍ରୀ ଡକାଇଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୭ା୪: ଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରତ୍ୟେକ ରାଜ୍ୟ ଲଢ଼େଇ ଜାରି ରଖିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ ଓ ନାଇଟ୍ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି ଏବଂ ଆଗକୁ ମଧ୍ୟ ଲାଗୁହେବାର ସମ୍ଭବନା ରହିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ତେବେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଶୁକ୍ରବାର ରାତି ୧୦ଟାରୁ ଲାଗୁ ହୋଇଥିବା ଏହି କର୍ଫ୍ୟୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ତେବେ ଦିଲ୍ଲୀରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଦେଶର କୋଣ ଅନୁକୋଣରୁ ଲୋକେ ଏଠାରେ ବସବାସ କରୁଥିବାରୁ ଦିଲ୍ଲୀରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଏବେଠାରୁ ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗକୁ ପରିସ୍ଥିତି ଭୟାବହ ହେବ । ଏନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଷ କରୁଛନ୍ତି । ତେବେ ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ ନା ନାହିଁ ତାହା ବୈଠକ ପରେ ଜଣାପଡ଼ିବ ।

Get real time updates directly on you device, subscribe now.