fbpx

କରୋନା ରୋଗୀଙ୍କ ପାଇଁ ବଲିଉଡ୍ ଗୀତରେ ନାଚିଲେ ଡାକ୍ତର; ଭିଡିଓ ଭାଇରଲ୍

ଗୁଜୁରାଟ ୧୭ ।୪ (ଓଡିଶା ଭାସ୍କର) : ରୋଗୀଙ୍କ ପାଇଁ ବଲିଉଡ ଗୀତରେ ନାଚିଲେ ଡାକ୍ତର । ଏଭଳ ଏକ ଭିଡିଓ ସୋସିୟାଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ଗୁଜୁରାଟର ବଡୋଦରାରେ ଥିବା ଏକ ହସ୍ପିଟାଲର ଏହି ଭିଡିଓ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପାରୁଲ ସେବାଶ୍ରମ ହସ୍ପିଟାଲର ଜେନରାଲ୍ ୱାର୍ଡ ଡାକ୍ତର ଏବଂ କିଛି ସ୍ୱାସ୍ଥ୍ୟକର୍ମୀ ମିଶି କରୋନା ଆକ୍ରାନ୍ତି ରୋଗୀଙ୍କ ମନୋବଳ ବଢାଇବା ପାଇଁ ଫିଲ୍ମି ଗୀତରେ ସେମାନଙ୍କ ଲାଗି ନାଚୁଥିଲେ । ପିପିଇ କିଟ୍ ପିନ୍ଧି ‘ସୋଚନା କ୍ୟା ଜୋ ଭି ହୋଗା ଦେଖା ଯାଏଗା’ ଗୀତରେ ଏମାନେ ନୃତ୍ୟ କରୁଥିଲେ ।

ସପଟେ ରୋଗୀମାନେ ବେଡରେ ଶୋଇ ଡାକ୍ତରମାନଙ୍କ ନାଚକୁ ମନଭରି ଉପଭୋଗ କରୁଥିବା ବେଳେ ସେମାନଙ୍କ ତାଳେ ତାଳେ ରୋଗୀମାନେ ମଧ୍ୟ ବେଡରେ  ଝୁମୁଥିବାର ଦେଖିବାକୁ ମିଳିଛି । କରୋନାକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ରୋଗୀମାନଙ୍କ ମନୋବଳ ବଢାଇବା ପାଇଁ ପାରୁଲ ସେବାଶ୍ରମ ହସ୍ପିଟାଲ ଡାକ୍ତରମାନଙ୍କର ଏମିତି ନିଆରା ପ୍ରୟାଶ ରୋଗୀମାନଙ୍କୁ ରୋଗ ସହ ଲଢିବା ପାଇଁ ପ୍ରେରଣା ଯୋଗାଉଛି । ଏହାସହ ଭିଡିଓଟିକୁ ଲୋକମାନେ ପ୍ରଶଂସା ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.