fbpx

ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ, ସାବଧାନ ରହିବାକୁ ଗ୍ରାହକଙ୍କୁ ଚେତାବନୀ ଦେଲା ଏସବିଆଇ

ନୂଆଦିଲ୍ଲୀ, ୨୧ା୪: ଯଦି ଆପଣଙ୍କର ଆକାଉଣ୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅଛି, ତେବେ ସାବଧାନ ହୋଇଯାଆନ୍ତୁ । ଆଜିକାଲି ଅନଲାଇନରେ ଠକାମି ବଢ଼ୁଥିବାରୁ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ଏନେଇ ସତର୍କ କରାଇ ଦିଆଯାଇଛି । ତେବେ ଠକାମିରୁ ବର୍ତ୍ତିବା ପାଇଁ ଗ୍ରାହକଙ୍କୁ ଅନେକ ଉପାୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ସେଗୁଡ଼ିକ ହେଲା:-

– ଗ୍ରାହକମାନେ ବ୍ୟାଙ୍କ ସମ୍ପର୍କିତ କୌଣସି ବ୍ୟକ୍ତିଗତ ତଥ୍ୟ, ଆଧାର ନମ୍ବର, KYC ଡିଟେଲ ଆଦି କୌଣସି ଅଜଣା ବ୍ୟକ୍ତିଙ୍କୁ ଦେବା ଅନୁଚିତ । ସର୍ବଦା ସୂଚନା ପାଇବା ପାଇଁ ହେଲ୍ପଲାଇନ ନମ୍ବର କିମ୍ବା ୱେବସାଇଟର ସହାୟତା ନେବା ଦରକାର ।

– ସର୍ବଦା ୟୁଜର ନେମ ଓ ପାସୱାର୍ଡ ପରିବର୍ତ୍ତନ କରିବା ସମୟରେ ପେଜର ୟୁଆରଏଲ ‘https://’ ରୁ ଆରମ୍ଭ ହୋଇଥିବା ଯାଞ୍ଚ କରନ୍ତୁ ।

– ଅନେକ ସମୟରେ କୌଣସି ଫର୍ମ ପୂରଣ କରିବା ପରେ ଲୋଭନୀୟ ଅଫର ମିଳିବ ବୋଲି ଇମେଲ ଆସିଥାଏ । ଆଉ କେତେକ କ୍ଷେତ୍ରରେ ଇମେଲରେ ବ୍ଲାକମେଲ ମଧ୍ୟ କରାଯାଇଥାଏ । ଏଥିପ୍ରତି ସତର୍କ ରହିବା ଦରକାର ।

– କୌଣସି ସଂସ୍ଥା ସହିତ ଯୋଗାଯୋଗ କରିବାକୁ ଚାହୁଁଥିଲେ କେବେ ବି Googleରୁ ଉକ୍ତ ସଂସ୍ଥାର ଫୋନ ନମ୍ବର ସର୍ଚ୍ଚ କରନ୍ତୁ ନାହିଁ । ଏହାଦ୍ୱାର ଠକାମିର ଶିକାର ହେବାର ସମ୍ଭାବନା ବେଶି ରହିଥାଏ ।

Get real time updates directly on you device, subscribe now.