fbpx

ଦେଶରେ ଆଉ ଏକ କରୋନା ବିରୋଧୀ ଔଷଧକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ, ୨୩ା୪ (ଓଡିଶା ଭାସ୍କର) : ଦେଶରେ ଆଜି ଆଉ ଏକ ବିଦେଶୀ ଔଷଧକୁ ମଂଜୁରୀ ପ୍ରଦାନ କରିଛନ୍ତି ଡିସିଜିଆଇ । କରୋନା ସମୟରେ ବିଭିନ୍ନ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଥିବାରୁ ଆଉ ଏକ ଔଷଧକୁ ମଂଜୁରୀ ମିଳିଛି । ଜାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ହୋଇଥିବା ଔଷଧ “ଭିରାଫିନ”କୁ ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦେଇଛି ଡିସିଜିଆଇ । କରୋନା ବିରୋଧୀ ଔଷଧ ଭାବରେ ଏହାକୁ ମଂଜୁରୀ ଦିଆଯାଇଛି । ଏହାପୁର୍ବରୁ ଦେଶରେ ରେମଡେସିଭର୍ ଏବଂ ଫାଭିପିରାଭିର୍ ଔଷଧକୁ ମଂଜୁରୀ ମିଳିଥିଲା । ବର୍ତ୍ତମାନ ଏହି ଦୁଇ ମେଡିସିନ୍ ବ୍ୟବହାର କରାଯାଉଛି ।

ସୁଚନାଯୋଗ୍ୟ ଯେ, “ଭିରାଫିନ” କରୋନା ବିରୋଧୀ ଲଢ଼େଇରେ ସଂକ୍ରମିତଙ୍କ କ୍ଷେତ୍ରରେ ବେଶ୍ ଫଳପ୍ରଦ ହୋଇପାରିଛି । ଏଥିସହ ଏହି ଔଷଧ ନେବାପରେ ଆକ୍ରାନ୍ତଙ୍କୁ କମ୍ ଔଷଧ ଆବଶ୍ୟକ ପଡିବ । ଆହୁରି ମଧ୍ୟ ଏହା ଦେଶର ୨୦ ରୁ ୨୫ କେନ୍ଦ୍ରରେ ଟ୍ରାଏଲ୍ ସରିଛି । ଏନେଇ ଜାଏଡସ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.