fbpx

ପୃଥିବୀର ଏହି ସ୍ଥାନରେ ଏପରି ଏକ ବସ୍ତି ରହିଛି ଯେଉଁଠାରେ ପ୍ରତି ଘରେ ରହିଛି ଗୋଟିଏ ଏରୋପ୍ଲେନ୍!

ଆମେରିକା, ୨୪ା୪ : ଆପଣମାନେ ସାଧାରଣତଃ ଦେଖିଥିବେ ଯେ ବିଭିନ୍ନ ଲୋକଙ୍କ ଘରେ ଗୋଟିଏ ବାଇକ୍ କିମ୍ବା କାର୍ ରହିଥାଏ । ହେଲେ କେବେ ଦେଖିଛନ୍ତି କି ଗୋଟିଏ ବସ୍ତି କିମ୍ବା ଗାଁରେ ଯେଉଁଠାରେ ସମସ୍ତଙ୍କ ଘର ବାହାରେ ଗୋଟିଏ ଗୋଟିଏ ପ୍ଲେନ୍ ଛିଡା ହେବାର । ଏହି କଥାଟି ଆପଣ ମାନଙ୍କୁ ମଜା ଲାଗୁଥିଲେ ମଧ୍ୟ ପୁରା ସତ । ଏଭଳି ବି ସ୍ଥାନ ଆମ ପୃଥିବୀରେ ରହିଛି । ଯେଉଁଠାରେ ପ୍ରତି ଘରେ ଗୋଟିଏ ଗୋଟିଏ ପ୍ଲେନ୍ ରହିଛି ।

ଆଉ ସେହି ସ୍ଥାନଟି ହେଉଛି ଆମେରିକାର ରେସିଡେନସିଆଲ୍ ଏୟାର ପାର୍କ । ଏଠାରେ ଆପଣ ମାନେ ପ୍ରତି ଘରେ ଘରେ ପ୍ଲେନ୍ ରହିଥିବା ଦେଖିବାକୁ ପାଇବେ ।

ସୁଚନା ଯେ, ଜଣେ ଟିକଟକ୍ ୟୁଜର୍ ଏହି ସ୍ଥାନର ଭିଡିଓ ସେୟାର କରିଥିଲେ । ଏହା ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହୋଇଥିଲା । ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଉକ୍ତ ସ୍ଥାନର ରହିଥିବା ସବୁ ଘରର ବାହାରେ ଗୋଟିଏ ଗୋଟିଏ ପ୍ଲେନ୍ ଠିଆ ହୋଇଛି । ଆଉ ସେହି ଗଳିର ରୋଡ୍ ବହୁତ ଚଉଡା ହୋଇଛି । ଯେମିତିକି ପ୍ଲେନ୍ ସବୁ ବିନା ଦ୍ୱିଧାରେ ଯାଆସ କରିପାରିବ । ତେବେ ଏହି ସ୍ଥାନର ଅଲଗା ହିଁ ଇତିହାସ ରହିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିଲା । ସେତେବେଳେ ଆମେରିକାରେ ୧୯୩୯ରେ ୩୪୦୦୦ ପାଇଲଟ୍ ଥିଲେ । ହେଲେ ୧୯୪୬ ପରେ ପାଇଲଟ୍ ସଂଖ୍ୟା ବଢ଼ି ବଢ଼ି ୪ ଲକ୍ଷ ହୋଇଯାଇଥିଲା । ଆଉ ଯେବେ ଯୁଦ୍ଧ ସରିଲା ତାପରେ ଅନେକ ଗୁଡିଏ ଏୟାରଫିଲ୍ମ ଏବଂ ପାଇଲଟ୍ ଖାଲି ହୋଇଗଲେ । ଏହାକୁ ନଜିରରେ ରଖି ଆମେରିକାର The Civil Aeronautics Administration ଗୋଟିଏ ଆବାସୀୟ ଏୟାରପାର୍କ ତିଆରି କରିବାର ପ୍ରସ୍ତାବ ରଖିଥିଲା । ଯାହା ଅଧୀନରେ ବନ୍ଦ ହୋଇଯାଇଥିବା ମିଲେଟ୍ରି ଏୟାରଷ୍ଟ୍ରିପ୍ ରେ ରିଟାୟାର୍ଡ ପାଇଲଟ୍ ମାନଙ୍କ ରହିବାର ବନ୍ଦୋବସ୍ତ କରିବାକୁ ନିଷ୍ପତି ନିଆଗଲା । ଆଉ ଏହି ବସ୍ତି ଗୁଡିକୁ “ଫ୍ଲାଇ-ଇନ୍-କମ୍ୟୁନିଟି” କୁହାଯାଏ । ଏଠାରେ ପ୍ରତି ଘରେ ଗୋଟିଏ ପ୍ଲେନ୍ ରହିଥାଏ ।

ଏହି ସ୍ଥାନର ପ୍ରତି ରୋଡ୍ ବହୁତ ଚଉଡା ହୋଇଥାଏ । ଏଠାରେ କୌଣସି ବି ପ୍ଲେନ୍ କିମ୍ବା କାର୍ ବିନା ଅସୁବିଧାରେ ଯିବା ଆସିବା କରେ । ତେବେ ପୃଥିବୀରେ ୬୩୦ରୁ ଅଧିକ ଆବାସୀୟ ଏୟାରପାର୍କ ରହିଛି । ସେଥିମଧ୍ୟରୁ ୬୧୦ରୁ ଅଧିକ ଏୟାରପାର୍କ କେବଳ ଆମେରିକାର ବୋଲି ଜଣାଯାଏ । ସେହିପରି କାର୍ଲିଫର୍ଣ୍ଣିଆରେ ଥିବା କୈମଋନ ପାର୍କ ଏହି ଏୟାରପାର୍କ ଭିତରୁ ଗୋଟିଏ ।

Get real time updates directly on you device, subscribe now.