fbpx

ରାଜଧାନୀରେ ବଢ଼ିଲା ଲକଡାଉନ୍ ଅବଧି

ନୂଆଦିଲ୍ଲୀ ୨୫ ।୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ ଆଉ ୬ ଦିନ ବଢ଼ିଲା ଲକଡାଉନ୍ ଅବଧି । ପୁର୍ବରୁ ଏପ୍ରିଲ୍ ୨୬ ତାରିଖରେ ଯାଏଁ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଏବେ ଏହାର ଅବଧି ବଢ଼ାଇଦିଆଯାଇଛି । ଦିଲ୍ଲୀରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେଜ୍ରିୱାଲ୍ ସରକାର ଏପରି ନିଷ୍ପତି ନେଇଛନ୍ତି । ଆସନ୍ତା ମାସ ମେ ୩ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି ସରକାର । ବର୍ତ୍ତମାନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ହସ୍ପିଟାଲ ମାନଙ୍କରେ ବେଡ୍ ମିଳୁନାହିଁ । ସେହିପରି ରୋଗୀଙ୍କ ପାଇଁ ଅକ୍ସିଜେନ୍ ର ଘୋର ଅଭାବ ଦେଖାଦେଇଛି । ତେଣୁ ଗତକାଲି ସମସ୍ତ ରାଜ୍ୟର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍ ଦେବା ନେଇ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.