fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୨୨ ଲକ୍ଷ ପାର

ନୂଆଦିଲ୍ଲୀ, ୨୬। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୨୨ ହଜାର ୪୨୭ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୭୭ ଲକ୍ଷ ୮୦ ହଜାର ୭୨୪ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୨ କୋଟି ୫୩ ଲକ୍ଷ ୧୬ ହଜାର ୯୧୨ ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି।

Get real time updates directly on you device, subscribe now.