fbpx

ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଆରମ୍ଭ ହେବ । ଆସନ୍ତା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ସମସ୍ତ ସ୍କୁଲରେ ନାମଲେଖା ଚାଲିବ । ଏକସଙ୍ଗେ ୫ ଜଣ ଅଭିଭାବକ ସ୍କୁଲରେ ପ୍ରବେଶ ନେଇ ଅନୁମତି ମିଳିଛି । ଏହି ସମୟରେ କୋଭିଡ୍ ଗାଇଡଲାଇନ ପାଳନ ନେଇ ସ୍କୁଲର ପ୍ରଧାନଶିକ୍ଷକ ତଦାରଖ କରିବେ । ସାମାଜିକ ଦୂରତା ବଜାୟ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବା ସହ ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ପ୍ରତ୍ୟେକ ସ୍କୁଲ ଏନେଇ ଅଭିଭାବକ ଓ ସିଆରସିସିଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

ପ୍ରଥମରୁ ନବମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି । ଯଦି ଛାତ୍ରଛାତ୍ରୀ ନିଜ ସ୍କୁଲରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ତେବେ ସେ କ୍ଷେତ୍ରରେଅଭିଭାବକ ବା ଛାତ୍ରଛାତ୍ରୀ ନାମଲେଖା ସମୟରେ ଉପସ୍ଥିତ ରହିବାର ଆବଶ୍ୟକତା ନାହିଁ । ଯେତେବେଳେ ଜଣେ ପିଲା ଅନ୍ୟ ସ୍କୁଲକୁ ଯିବ, ସେତେବେଳେ ସେଠାକାର କର୍ତ୍ତୃପକ୍ଷ ଫୋନ କରି ଅଭିଭାବକଙ୍କୁ ନାମଲେଖା ସମ୍ପର୍କରେ ଜଣାଇବେ । ନୂଆକରି ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ପିଲାଙ୍କ ସମ୍ପର୍କରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ସହ ଯୋଗାଯୋଗ କରିବେ ଓ ଅଭିଭାବକଙ୍କ ସହ ଆଲୋଚନା କରି ନାମଲେଖା କରାଇବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.