fbpx

ଖୁସି ଖବର : ରାଜ୍ୟରେ ଆଜି ୪୬୭୯ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୯।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୬୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୪୦୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୪୨୬, ଝାରସୁଗୁଡ଼ାରୁ ୩୦୩, ବଲାଙ୍ଗିରରୁ ୨୨୯, ପୁରୀରୁ ୨୨୪, ବରଗଡ଼ରୁ ୧୯୪, ସମ୍ବଲପୁରରୁ ୧୮୨, କଟକରୁ ୧୭୦, କଳାହାଣ୍ଡିରୁ ୧୬୬, ଗଞ୍ଜାମରୁ ୧୫୪, ବାଲେଶ୍ବରରୁ ୧୨୩ ଜଣ ସୁସ୍ଥ ହୋଇଥିବା ବେଳେ, ରାୟଗଡ଼ାରୁ ୧୦୪, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୬୯, ଯାଜପୁରରୁ ୬୪, ଭଦ୍ରକରୁ ୬୩, କେନ୍ଦ୍ରାପଡ଼ାରୁ ୫୮, ସୋନପୁରରୁ ୫୫, କେନ୍ଦୁଝର ଓ କୋରାପୁଟରୁ ୫୩ ଜଣ ଲେଖାଏଁ, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୪୫, ଗଜପତିରୁ ୪୧, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୩୩, କନ୍ଧମାଳରୁ ୧୮, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୧ ଓ ଷ୍ଟେଟ୍ ପୁଲରୁ ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.