fbpx

ଦେଶରେ ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବା ଜରୁରୀ – ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନ୍ କରାଯାଇଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ପୁରା ଦେଶରେ ଲକଡାଉନ୍ ଲାଗୁ କରାଯିବା ଜରୁରୀ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଏନେଇ ସେ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବାକୁ ଦାବି କରିଛନ୍ତି । ଟୁଇଟ୍ ରେ କହିଛନ୍ତି ଯେ, କରୋନାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବାକୁ ଏବେ ମାତ୍ର ଗୋଟିଏ ରାସ୍ତା ବାକି ତାହା ହେଉଛି ସମ୍ପୂର୍ଣ୍ଣ ଲକଡାଉନ୍ । ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ଦେଶରେ ୨ କୋଟି ପାର୍ କରିଛି । ଏହି ଭଳି ସମୟରେ ସେ ଟୁଇଟ୍ କରି ଏପରି ମତ ପ୍ରକାଶ କରିଛନ୍ତି ।

ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମାଜରେ କିଛି ବିଭାଗକୁ ନ୍ୟାୟ ଯୋଜନା ଅଧୀନରେ ଲାଭାନ୍ୱିତ କରି ଦେଶରେ ଲକଡାଉନ୍ ଲାଗୁ କରିଦେବା ଉଚିତ୍ । ଯାହା ଫଳରେ ଲୋକଙ୍କ ଜୀବନ ସମୟ ଥାଉ ଥାଉ ବଞ୍ଚିଯିବ । ତେବେ ଆଗରୁ ରାହୁଲ ଗାନ୍ଧୀ କହିଥିଲେ ଯେ, କରୋନା ସଂକ୍ରମଣ ରୋକିବାକୁ ଲକଡାଉନ୍ ଏକମାତ୍ର ବାଟ ନୁହେଁ । ଏହାଦ୍ୱାରା କେବଳ କିଛି ସମୟ ପାଇଁ ଭାଇରସ୍ କୁ ରୋକାଯାଇପାରିବ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ଏଡାଇ ଦିଆଯାଇପାରିବ ନାହିଁ । ହେଲେ ଏବେ ସେ ନିଜେ ଲକଡାଉନ୍ କରିବା କଥା କହିଛନ୍ତି ।

ସୁଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩୪୪୯ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି । ଅପରପକ୍ଷରେ ୩ ଲକ୍ଷ ୨୦ ହଜାର ୨୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ ସମତେ ଅନେକ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି ।

Get real time updates directly on you device, subscribe now.