fbpx

ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ସିରିଜ ବିଜୟ

ମାଉଣ୍ଟମଙ୍ଗନୁଇ,୨ ।୨: ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ କଲା ଭାରତ । ଆଜିର ଅନ୍ତିମ ମ୍ୟାଚରେ ୭ ରନରେ ହାରିଲା ନ୍ୟୁଜିଲାଣ୍ଡ । ମ୍ୟାଚ୍ ସହ ସିରିଜକୁ ୫-୦ରେ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୫୬ ରନ୍ କରିଥିବା ବେଳେ ଭାରତ ୩ ୱିକେଟ ହରାଇ ୧୬୩ ରନ୍ ଲାଭ କଲା ।

ତେବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ବା ଅନ୍ତିମ ଟି-୨୦ ମ୍ୟାଚ୍ ମାଉଣ୍ଟମଙ୍ଗନୁଇରେ ଚାଲିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୧୬୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ରୋହିତ ଶର୍ମା ୪୧ଟି ବଲରେ ୬୦ ରନ୍ କରିଥିବା ବେଳେ କେଏଲ ରାହୁଲ ୩୩ଟି ବଲରେ ୪୫ ରନ୍ କରିଥିଲେ ।

Get real time updates directly on you device, subscribe now.