fbpx

ପୋଲିସକୁ ଆକ୍ରମଣ ଘଟଣାରେ ୬୭ ବସ୍ତିବାସିନ୍ଦା ଗିରଫ

କଟକ,୧୩ ।୫(ଓଡିଶା ଭାସ୍କର) : କଟକ ନୂଆପଡ଼ା ବାଲିସାହିରେ ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିଏମିସି କର୍ମଚାରୀ, ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଆକ୍ରମଣ ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ସେମାନଙ୍କ ଭିତରେ ୧୫ ଜଣ ମହିଳା ଅଛନ୍ତି । ମଧୁପାଟଣା ଥାନାରେ ୬୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ତେବେ କାଳବୈଶାଖୀ ଜନିତ ବର୍ଷା ପବନରେ ଦୁଇ ଦିନ ତଳେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଷ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା । ଏହି ଘଟଣାକୁ ନେଇ ପାଖରେ ଥିବା ସିଏମସି ଓ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ ଲୋକେ ।

Get real time updates directly on you device, subscribe now.