fbpx

କରୋନା ମୁକାବିଲା ପାଇଁ ଦିଲ୍ଲୀରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ଅକ୍ସିଜେନ୍ କନସେନଟ୍ରେଟର୍ ବ୍ୟାଙ୍କ୍’

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର): ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଅକ୍ସିଜେନ୍ ଅଭାବରେ ଅନେକ ଲୋକଙ୍କ ପ୍ରାଣ ସଙ୍କଟରେ ପଡୁଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ୍ ସରକାର ଏକ ନୁଆ ମାଷ୍ଟର୍ ପ୍ଲାନ୍ କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଅକ୍ସିଜେନ୍ ଏବଂ ବେଡ୍ ର ଅଭାବକୁ ନଜରରେ ରଖି ସେ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଅକ୍ସିଜେନ୍ କନସେନଟ୍ରେଟର୍ ବ୍ୟାଙ୍କ୍ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ଅକ୍ସିଜେନ୍ ଲୋକମାନଙ୍କ ଘରକୁ ହୋମ୍ ଡେଲିଗେରୀ ହୋଇପାରିବ । ଯାହାଫଳରେ କୌଣସି ବ୍ୟକ୍ତି ଅକ୍ସିଜେନ୍ ଅଭାବରେ ପ୍ରାଣ ହରାଇବେ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏହି ପ୍ଲାନ୍ ବିଷୟରେ ଘୋଷଣା କରିଛନ୍ତି ।

ଏ ସମ୍ପର୍କରେ ଘୋଷଣା କରିବା ସମୟରେ ସେ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ୨୦୦ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କ ଗଠନ କରାଯିବ । ଯେଉଁ ମାନେ ଘରଠାରୁ ଦୂରରେ ରହୁଛନ୍ତି ସେମାନଙ୍କୁ ସେ ଉପଯୁକ୍ତ ମାତ୍ରାରେ ଅକ୍ସିଜେନ୍ ଯୋଗାଇ ଦେବେ । ଅପରପକ୍ଷରେ ଯେଉଁ ମାନେ ଘରେ ହୋମ୍ ଆଇସୋଲେସନ୍ ରେ ରହୁଛନ୍ତି ସେମାନଙ୍କୁ ଯେତେବେଳେ ଡାକ୍ତର ଅକ୍ସିଜେନ୍ ନେବାକୁ ପରାମର୍ଶ ଦେବେ ଠିକ୍ ସେହି ସମୟରେ ଆମ ଟିମ୍ ଦୁଇ ଘଣ୍ଟା ମଧ୍ୟରେ ଉକ୍ତ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ୍ ପହଞ୍ଚାଇବେ । ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ‘ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍’ ବ୍ୟବହାର ବିଧି ବତାଇ ଦେବାକୁ ପ୍ରତି ଟିମ୍ରେ ଜଣେ ବ୍ୟକ୍ତି ରହିବେ । ଡାକ୍ତରଖାନାରୁ ବିଦା ହୋଇ ମଧ୍ୟ ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀମାନେ ଏହି ବ୍ୟାଙ୍କ୍ରୁ ଅକ୍ସିଜେନ୍ ପାଇପାରିବେ ।

Get real time updates directly on you device, subscribe now.