fbpx

ଘରୋଇ ସଂସ୍ଥାଙ୍କ ପାଇଁ ଆସିଲା ଇ-ପରମିସନ୍ ଆପ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କୋଭିଡ୍ ସମୟରେ କାର୍ଯ୍ୟ କରୁଥିବା କିଛି ଘରୋଇ ସଂସ୍ଥାଙ୍କୁ ସେମାନଙ୍କର କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ ନିୟମକୁ କଡାକଡି କରିଛନ୍ତି କମିସନରେଟ୍ ପୋଲିସ୍ । ନିକଟରେ ଏହି ଆଧାରରେ କୁହାଯାଇଥିଲା ଯେ, ଲକଡାଉନ୍ ସମୟରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥାନ ମାନେ ସେମାନଙ୍କ କର୍ମଚାରୀ ମାନଙ୍କ ଯାଆସ ପାଇଁ ଡିସିପିଙ୍କ ପାଖରୁ ଅନୁମତି ପତ୍ର ନେବାକୁ ପଡିବ । କାରଣ କିଛି କର୍ମଚାରୀ ଆଇ କାର୍ଡ ଦେଖାଇ ମନଇଚ୍ଛା ବୁଲୁଥିବା ପୋଲିସ୍ ଦେଖିବାକୁ ପାଇଥିଲା । ତେବେ ଆଜି ପୁଣି ଥରେ ଘରୋଇ ସଂସ୍ଥାନ ଚଲାଇବାକୁ ଆଉ ଏକ ନୁତନ ମାଧ୍ୟମ ଆରମ୍ଭ କରିଛନ୍ତି କମିସନରେଟ୍ ପୋଲିସ୍ । ଏହି ପରିପ୍ରେକ୍ଷୀରେ ଏକ ମୋବାଇଲ୍ ଆପ୍ ତିଆରି କରାଯାଇଛି । ଯାହା ଜରିଆରେ ଲକଡାଉନ୍ ସମୟରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥା ମାନେ ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ଅନୁମତି ପତ୍ର ପାଇପାରିବେ । ତେବେ ଆଜି କମିସନରେଟ୍ ପୋଲିସ୍ ପକ୍ଷରୁ ଇ-ପରମିସନ୍ ଆପ୍ ଜାରି କରାଯାଇଛି । ଲକଡାଉନ୍ ରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ତଥ୍ୟ ଦାଖଲ ପାଇଁ ଏହି ଆପ୍ କୁ ସ୍ୱତନ୍ତ୍ର ଭାବରେ ଆରମ୍ଭ କରାଯାଇଛି ବୋଲି ଆଜି ପ୍ରେସମିଟ୍ କରି କମିସନରେଟ୍ ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି ।

Get real time updates directly on you device, subscribe now.