fbpx

କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗଠନ କଲେ ଉପଦେଷ୍ଟା କମିଟି

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏନେଇ ଆଜି ପ୍ରେସମିଟ ମାଧ୍ୟମରେ ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି କମିଟି ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି । ଏହି ଉପଦେଷ୍ଟା କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି । ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ଡିଏମଇଟି ଆବାହକ ଭାବେ କାର୍ଯ୍ୟ କରିବେ । ଏହି କମିଟି ରାଜ୍ୟରେ ପରିଚାଳନା ନେଇ ପରାମର୍ଶ ଦେବେ । ଆଉ ଏହି କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବେ ।

ତେବେ ଖାଲି ସେତିକି ନୁହେଁ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ସମ୍ପର୍କରେ ମଧ୍ୟ ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି । ଏହି ଆଧାରରେ ୪ ମାସ ମଧ୍ୟରେ ସମସ୍ତ ଯୋଗାଣ କରିବାକୁ କୁହାଯାଇଛି । ତେବେ ସଫଳ ବିଡିଂ ହେଲେ ମେ ୨୮ ତାରିଖରେ ଆମେ ଟିକା କିଣିପାରିବା ।

Get real time updates directly on you device, subscribe now.