fbpx

ପୁଣି ୧୦ ମହାରଣା ସେବାୟତ କରୋନା ଆକ୍ରାନ୍ତ

ପୁରୀ: ରଥା ଖାଳାରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ମହାରଣା ସେବାୟତଙ୍କ ମଧ୍ୟରେ  ଆଉ ଦଶଜଣ ସେବାୟତ କୋଭିଡ ପଜିଟିଭ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏଥିସହ ମୋଟ ୧୮ ଜଣ ସେବାୟତଙ୍କ ସମେତ ୧୨ ଜଣ ମହାରଣା ଏବଂ ୬ ଜଣ ଭୋଇ ସେବାୟତ କରୋନା ଭୂତାଣୁର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି । କୋଭିଡ ପଜିଟିଭ ହୋଇଥିବା ସେବାୟତଙ୍କର ଚିକିତ୍ସା କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଶୁକ୍ରବାର ମୋଟ ୭୯ ସେବାୟତ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ପ୍ରଶାସନ ମଧ୍ୟ କେବଳ କୋଭିଡ ନେଗେଟିଭ ଥିବା ସେବାୟତଙ୍କୁ ରଥଖଳାକୁ ପ୍ରବେଶ ଦେବା ଉପରେ ଧ୍ୟାନ ରଖିଛି ।

Get real time updates directly on you device, subscribe now.