fbpx

ବର, କନ୍ୟା ଆଉ ମଣ୍ଡପ ଥିଲା ପ୍ରସ୍ତୁତ, ଏହି ସମୟରେ ଫୋନ୍ ଆସିଲା ‘ବର ପଜିଟିଭ୍’

ଭୁବନେଶ୍ୱର, (ଓଡିଶା ଭାସ୍କର): ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଉଭୟ ବର, କନ୍ୟାଙ୍କ ସହ ବେଦି ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା । ସମସ୍ତ ବନ୍ଧୁ ପରିଜନ ଖସଖୁସିରେ ଥିବା ସମୟରେ ଖବର ଆସିଲା ‘ବର ପଜିଟିଭ୍’ । ଚାରିଆଡ଼େ ଅଚାନକ ଶୂନଶାନ୍ ହୋଇଗଲା । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗଠାରୁ ଖବର ପାଇ ପ୍ରଶାସନିକ ଅଧିକାରୀମାନେ ବର ଘରେ ପହଞ୍ଚି ଯାଇଥିଲେ । ଘଟଣାଟି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମରେ ଘଟିଛି । ବର୍ତ୍ତମାନ ଉଭୟ କନ୍ୟା ଓ ବର ହୋମ ଆଇସୋଲେସନରେ ରହିଥିବା ଜଣାପଡ଼ିଛି ।

ଗତକାଲି ଦସେଇପୁର ଗ୍ରାମରେ ରାଜେନ୍ଦ୍ର ଦଣ୍ଡିଆଙ୍କ ବାହାଘର ଥିଲା । କୋଭିଡ୍ ନିୟମ ଉଲ୍ଲଂଘନ କରି ପ୍ରାୟ ୪ ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ଏପରିକି ସ୍ୱାସ୍ଥ୍ୟ ଟିମର ଡାକ୍ତର ବରକୁ ପଜିଟିଭ ବୋଲି ଫୋନ କରି ଜଣାଇଥିଲେ ମଧ୍ୟ ପରିବାରବର୍ଗ ଏହି କଥାକୁ ବେଖାତିର କରିଥିଲେ । ଫଳରେ ସ୍ୱାସ୍ଥ୍ୟ ଟିମ୍ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ବିଡିଓ, ତହସିଲଦାର ଓ ଆଇଆଇସି ପ୍ରମୁଖ ବର ଘରେ ପହଞ୍ଚିଥିଲେ । ଏହି ଘଟଣା ପରେ ସମସ୍ତ ଅତିଥି ନିଜ ନିଜ ଘରକୁ ପଳାଇଯାଇଥିଲେ ।

Get real time updates directly on you device, subscribe now.