fbpx

ଆଉ ନାହାନ୍ତି ଯୁବ ସମାଜସେବୀ ସମ୍ବିତ୍ ନନ୍ଦ

କଟକ(ଓଡ଼ିଶା ଭାସ୍କର): ସବୁ ଉଦ୍ୟମ ବିଫଳ ହେଲା । ଶେଷରେ ଆଖିବୁଜି ଦେଲେ ସମ୍ବିତ୍ । ଲଙ୍ଗ୍ସ ସଂକ୍ରମଣ ହୋଇ କଟକର ଏକ ମେଡିକାଲ୍ ରେ ସେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଉଚ୍ଚତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଶନିବାର ତାଙ୍କ ବାପା ତଥା ପୂର୍ବତନ ଏମଏଲଏ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସୋସିଆଲ୍ ସାଇଟ୍ ରେ ନିବେଦନ କରିଥିଲେ । ତେବେ ସମ୍ବିତଙ୍କ ଜୀବନ ରକ୍ଷା ହୋଇପାରିନି ।

ଉଲ୍ଲେଖଯୋଗ୍ୟ ଯେ, ସମ୍ବିତ୍ ଜଣେ କୃତୀ ତଥା ମେଧାବୀ ଛାତ୍ର ଥିଲେ । ଉଚ୍ଚ ଶିକ୍ଷା ପରେ ସେ ଅଧିକ ସମୟ ସମାଜ ସେବା ପ୍ରତି ଉତ୍ସର୍ଗ କରିଥିଲେ ନିଜକୁ । ଖାଲି ସେତିକି ନୁହେଁ, ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ତାଙ୍କର ଖୁବ୍ ପରିଚିତି ରହିଥିଲା । ସେହିପରି ସୋସିଆଲ୍ ମିଡିଆରେ ସେ ସମ୍ପୂର୍ଣ୍ଣ ସକ୍ରିୟ ରହୁଥିଲେ ଏବଂ ତାଙ୍କର ହଜାର ହଜାର ବନ୍ଧୁ ଯୋଡ଼ି ହୋଇଥିଲେ । ଜଣେ ମିଷ୍ଠଭାଷୀ, ପରୋପକାରୀ ଭାବେ ଯେତିକି ପରିଚୟ ରହିଥିଲା ସେତିକି ଜଣେ ଲେଖକ ଓ ସମାଲୋଚକ ଭାବେ ମଧ୍ୟ ସୁନାମ ଅର୍ଜନ କରିଥିଲେ ସମ୍ବିତ୍ । ତାଙ୍କ ବିୟୋଗରେ ଶହଶହ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ୱଜନ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.