fbpx

ଯଦି ଆପଣଙ୍କୁ ଭୋକ ଲାଗୁଛି ଆପଣ ମାଗଣାରେ ଏଠାରୁ କଦଳୀ ଖାଇପାରିବେ!

ଚେନ୍ନାଇ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଅଧିକାଂଶ ରାଜ୍ୟରେ ଲକଡାଉନ, ସଟଡାଉନ ଜାରି ରହିଥିବାରୁ ଲୋକମାନେ ନିଜର ଜୀବିକା ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ କୋଭିଡ୍ କଟକଣା ମଧ୍ୟରେ ସବୁକିଛି ବନ୍ଦ ରହିଥିଲେ ମଧ୍ୟ କିଛି ସହୃଦୟ ବ୍ୟକ୍ତି ମଣିଷ ଓ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରୁଥିବାର ଦେଖାଯାଉଛି । ତେବେ ତାମିଲନାଡ଼ୁର ଜଣେ ଫଳ ଦୋକାନୀ ଲୋକଙ୍କୁ ସାହାଯ୍ୟ କରିବାକୁ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି । ଦୋକାନୀ ଜଣକ ନିଜ ଦୋକାନ ବାହାରେ କିଛି କଦଳୀ କାନ୍ଧି ଝୁଲାଇ ରଖିଛନ୍ତି । ଏହାଛଡ଼ା ସେ ଦୋକାନ ବାହାରେ ଏକ ସ୍ଲେଟରେ ଲେଖିଛନ୍ତି- ‘ଯଦି ଆପଣଙ୍କୁ ଭୋକ ଲାଗୁଛି ଆପଣ ମାଗଣାରେ ଖାଇପାରିବେ, ଦୟାକରି ଏହାକୁ ନଷ୍ଟ କରନ୍ତୁ ନାହିଁ ।’ ତେବେ ଦୋକାନ ବନ୍ଦ ହୋଇଥିଲେ ମଧ୍ୟ ବାହାରେ ଝୁଲୁଥିବା କଦଳୀ ସେବନ କରି ଅଧିକାଂଶ ନିଜର ଭୋକ ମେଣ୍ଟାଇ ପାରୁଥିବା ଦେଖାଯାଉଛି ।

ତାମିଲନାଡ଼ୁର ଥୁଟୁକୁଡି ଜିଲ୍ଲାର କୋବିଲପଟ୍ଟିରେ ମୃତ୍ୟୁପାଣ୍ଡି ନାମକ ଜଣେ ବ୍ୟକ୍ତି ଦୁଇବର୍ଷ ହେଲା ଏହି ଦୋକାନ ଚଳାଇ ଆସୁଛନ୍ତି । କରୋନା ସମୟରେ କ୍ଷୁଧାର୍ତ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଜର ଦୋକାନ ବାହାରେ ଫଳ ଝୁଲାଇ ଦେଇଥିଲେ । ସେ ଦୋକାନ ବନ୍ଦ କଲେ ମଧ୍ୟ ଯେପରି ସମସ୍ତେ ସହଜରେ ଫଳ ଖାଇପାରିବେ, ସେଥିପାଇଁ ସେ ଏକ ସ୍ଲେଟରେ ମାଗଣାରେ ଖାଇବା ନେଇ ଲେଖିଦେଇଥିଲେ । ତାଙ୍କର ଏହି ନିଆରା ପ୍ରୟାସ ପାଇଁ ଅନେକ ବେସାସାରା, ଗରିବ, ଭିକାରି, ଛୋଟପିଲା ଉପକୃତ ହେଇ ପାରୁଛନ୍ତି । ପେଟକୁ ଖାଇବାକୁ ମୁଠେ ପାଉନଥିବା ଲୋକଙ୍କୁ ସେ ଦାନା ଯୋଗାଇବାରେ ସଫଳ ହୋଇଛନ୍ତି । ମୃତ୍ୟୁପାଣ୍ଡିଙ୍କ ଏହି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.