fbpx

ଘର ବାହୁଡ଼ା ଅଭିଯାନରେ ପଶ୍ଚିମବଙ୍ଗ ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଘଟିବା ସହ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ରହିଛି । ତେବେ ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳ ବଦଳ ଅଭିଯାନ! ଟିଏମସିର ନେତାମାନେ ଘରବାହୁଡ଼ା ନୀତି ଆପଣାଇଛନ୍ତି । ପୂର୍ବତନ ଉପ ବାଚସ୍ପତି ସୋନାଲି ଗୁହା ପ୍ରଥମେ ବିଜେପି ଛାଡ଼ି ଟିଏମସିକୁ ଫେରିଥିଲେ । ସମ୍ପ୍ରତି ପୁଣି କିଛି ନେତା ବିଜେପିରେ ଯୋଗଦେଇଥିବାବେଳେ ଟିଏମସିକୁ ଫେରିବାକୁ ଚାହୁଛନ୍ତି । ମାଲଦା ଜିଲ୍ଲା ପରିଷଦ ସଦସ୍ୟ ସରଲା ମୁର୍ମୂ କହିଛନ୍ତି ସେ ନିଜେ ଭୁଲକୁ ସ୍ୱୀକାର କରୁଛନ୍ତି ଏବଂ ପୁନଃ ଟିଏମସିକୁ ଫେରିବାକୁ ଚାହୁଛନ୍ତି । ସେହିପରି ଉତ୍ତର ଦିନାଜପୁରର ପୂର୍ବ ବିଧାୟକ ଅମୋଲ ଆଚାର୍ଯ୍ୟ ମଧ୍ୟ ଟିଏମସିକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଟିମଏସିର ବରିଷ୍ଠ ନେତାଙ୍କ ଉପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ଭୁଲ ଏବଂ ଏହି କାରଣରୁ ସେ ବିଜେପି ଛାଡ଼ିବାକୁ ଚାହୁଛନ୍ତି ।

ସରଲା ମୁର୍ମୂଙ୍କୁ ଟିଏମସି ତରଫରୁ ବିଧାନସଭା ନିର୍ବାଚନ ପାଇଁ ହବିବପୁରରୁ ପ୍ରାର୍ଥୀ କରାଯାଇଥିଲା । ତଥାପି ନିର୍ବାଚନର ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ କଥାରେ ସେ ବିଜେପିରେ ଯୋଗଦେଇଥିଲେ । ହେଲେ ରାଜନୈତିକ ସମୀକରଣ ଓଲଟା ପଡ଼ିଯାଇଥିଲା ଏବଂ ଟିଏମସି ଜିଲ୍ଲାର ୧୨ରୁ ୮ ଟି ଆସନ ନିଜ କବଜାକୁ ନେଇଥିଲା । ଏବେ ସରଲା ମୁର୍ମୁ ପୁଣିଥରେ ଟିଏମସିକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଟିଏମସି ଛାଡ଼ିବା ତାଙ୍କର ଭୁଲ ଥିଲା ।

ସେହିଭଳି ଅମୋଲ ଆଚାର୍ଯ୍ୟଙ୍କ ନାମାଙ୍କନ ଅଟକ ରଖାଯାଇଥିଲା । ଏହା ପରେ ସେ ବିଜେପିରେ ଯୋଗଦେଇଥିଲେ, ସେଠାରୁ ମଧ୍ୟ ତାଙ୍କୁ ଟିକେଟ ମିଳିନଥିଲା । ଏବେ ପୁଣି ଥରେ ସେ ଟିଏମସିକୁ ଫେରିବାକୁ ଚାହୁଛନ୍ତି । ସେ କହିଚନ୍ତି ଯେ ମୁଁ ସବୁବେଳେ ମମତାଙ୍କୁ ନିଜର ନେତା ଭାବିଛି । କିନ୍ତୁ ମୁଁ କେବେ ଏହା ଭାବିନଥିଲି ଯେ ମୋତେ ନୋମିନେସନରୁ ରୋକାଯିବ । ଯାହାକୁ ନେଇ ମୁଁ ଦୁଃଖିତ ଥିଲି ଏବଂ ବିଜେପିରେ ଯୋଗଦେଇଥିଲି । ଯାହା ମୋର ଭୁଲ ଥିଲା । ଏବେ ବିଜେପି ସୁବ୍ରତ ମୁଖାର୍ଜୀ, ଫିରହାଦ ହକିମ ଏବଂ ଅନ୍ୟ ନେତାଙ୍କ ବିରୋଧରେ ପ୍ରତିଶୋଧ ଭାବନାରେ କାର୍ଯ୍ୟାନୁଷ୍ଠାନ କରୁଛି । ଯାହୁ ଭୁଲ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ମାଗୁଛି । ଆଶା ଅଛି ସେ କ୍ଷମା କରିଦେବେ ବୋଲି ଅମୋଲ୍ କହିଛନ୍ତି ।

 

Get real time updates directly on you device, subscribe now.