fbpx

‘ଟାଇଗର୍-୩’ରେ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ହେବେ ଇମ୍ରାନ୍ ହାସମୀ

ମୁମ୍ବାଇ: ବଲିଉଡ୍ ର ଭାଇଜାନ୍ ସଲମାନ ଖାନଙ୍କ ନିକଟରେ ହିଁ ଫିଲ୍ମ ରାଧେ ରିଲିଜ୍ ହୋଇଛି ଯାହାକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଛନ୍ତି । ଆଉ ଏବେ ସଲମାନଙ୍କ ଆଗାମୀ ଫିଲ୍ମ ବିଷୟରେ ଜାଣିବା ପାଇଁ ବ୍ୟସ୍ତ ହେଲେଣି ଫ୍ୟାନ୍ସ । ଫିଲ୍ମ ରାଧେ ଓଟିଟି ପ୍ଲାଟଫର୍ମରେ ଖୁବ୍ ପ୍ରଶଂସା ସାଉଁଟିବା ପରେ ଏବେ ପୁଣିଥରେ ଚର୍ଚ୍ଚାରେ ରହିଛି ଫିଲ୍ମ ‘ଟାଇଗର୍-୩’ । ସଲମାନଙ୍କ ଏହା ଆଉ ଏକ ବିଗ୍ ବଜେଟ୍ ଫିଲ୍ମ ହୋଇଥିବା ବେଳେ ଏହାକୁ ନେଇ ଫ୍ୟାନ୍ସ ମାନେ ବେଶ୍ ଉତ୍ସାହିତ ଅଛନ୍ତି । ଖାସ୍ କରି ଏହି ଫିଲ୍ମରେ ରହିଥିବା କଳାକାର ମାନଙ୍କୁ ନେଇ । ତେବେ ‘ଟାଇଗର୍-୩’ରେ ସଲମାନ ପୁଣିଥରେ ଏକ ର-ଏଜେଣ୍ଟ ଭୂମିକାରେ ନଜର ଆସିବାକୁ ଥିବାବେଳେ ଖଳନାୟକ କିଏ ହେବ ତାକୁ ନେଇ କିଛି ସ୍ପଷ୍ଟ ହୋଇନି ।

ତେବେ ସୂଚନା ଅନୁସାରେ, ‘ଟାଇଗର୍-୩’ରେ ଅଭିନେତା ଇମ୍ରାନ୍ ହାସମୀ ଖଳନାୟକ ଭୂମିକାରେ ନଜର ଆସିବେ । ସେ ଏହି ଫିଲ୍ମରେ ଏକ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ଭୂମିକା ନିଭେଇବେ । ତେବେ ଯାହା ଶୁଣିବାକୁ ମିଳିଛି ଏହି ଫିଲ୍ମରେ ଇମ୍ରାନ୍ ଙ୍କ ରୋଲ୍ ଅନ୍ୟ ଫିଲ୍ମରେ ନିଭେଇଥିବା ଖଳନାୟକ ଭୂମିକା ଠାରୁ ଟିକେ ଭିନ୍ନ ପ୍ରକାରର ହେବ । ଏଥିରେ ସେ ଏକଦମ୍ ସ୍ମାର୍ଟ, ଷ୍ଟାଇଲିସ୍ ଏବଂ ସମ୍ପୂର୍ଣ୍ଣ ଅଲଗା ଅବତାରରେ ନଜର ଆସିବେ । ସଲମାନ ଏବଂ ଇମ୍ରାନ୍ ଙ୍କ ମଧ୍ୟରେ ଟକ୍କର ହେଉଥିବା ଦେଖିବାକୁ ମିଳିବ ଏହି ଫିଲ୍ମରେ ।

ଆହୁରି ମଧ୍ୟ ଅନ୍ୟ ପାର୍ଟ ଗୁଡିକ ପରି ଏଥିରେ ମଧ୍ୟ କାଟ୍ରିନା କୈଫ୍ ସଲମାନଙ୍କ ଅପୋଜିଟ୍ ରେ ଦେଖିବାକୁ ମିଳିବେ । ହେଲେ ସେ କେଉଁ ଭୂମିକା ନିଭେଇବେ ତାହା କିଛି ସ୍ପଷ୍ଟ ହୋଇନି । ତେବେ ‘ଟାଇଗର୍-୩’ର ବଜେଟ୍ କଥା ଯଦି କହିବା ତେବେ ଯାହା ଜଣାପଡିଛି ଏହାର ବଜେଟ୍ ପାଖାପାଖି ୩୫୦ କୋଟି ଟଙ୍କା ରଖାଯାଇଛି । ଫିଲ୍ମରେ ଜବରଦସ୍ତ ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍ ଦେଖିବାକୁ ମିଳିବ । ତେବେ ଏହାର ଅଧିକାଂଶ ସିନ୍ ଭାରତ ବାହାରେ ଶୁଟିଂ ହେବ ବୋଲି ଖବର ପ୍ରକାଶ ପାଇଛି ।

Get real time updates directly on you device, subscribe now.