fbpx

କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ରାଜ୍ୟରେ ଏବେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ଅନେକ ରାଜନେତା ଓ ସେଲିବ୍ରିଟମାନଙ୍କ ଜୀବନ ଚାଲିଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ଏବେ ବି ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ଓଲିଉଡ ଜଗତ ପାଇଁ ଆସିଛି ଏକ ଦୁଃଖ ଖବର । କରୋନାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ଦେହାନ୍ତ ହୋଇଥିବା ବେଳେ ବରିଷ୍ଠ କଳାକାରମାନେ ଶୋକ ପ୍ରକାଶ କରିଛନ୍ତ ।

ଗତ କିଛି ଦିନ ହେବ ଶାନ୍ତିରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାର କାରଣରୁ ତାଙ୍କୁ ମେଡିକାଲ ନିଆଯାଉଥିଲା, କିନ୍ତୁ ଅଧାବାଟରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ।

ତେବେ ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଧନରେ ରଖିବୁ ଶପଥ ମୋର. ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର. ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଏହା ସହ ଶାନ୍ତିରାଜ ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ତାଙ୍କ ମୃତ୍ୟୁ ଓଲିଉଡ ସଙ୍ଗୀତ ଜଗତ ପାଇଁ ଅପୂରଣୀତ କ୍ଷତି ବୋଲି କୁହାଯାଉଛି ।

Get real time updates directly on you device, subscribe now.