ବ୍ରିଟେନରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା ସଂକ୍ରମଣ, ବଢିଲା ତୃତୀୟ ଲହରର ବିପଦ

ଲଣ୍ଡନ : ବ୍ରିଟେନରେ କରୋନାର ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଶୁକ୍ରବାର ଦେଶରେ ୪୧୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସରେ ଆଜିର କେସ୍ ସର୍ବାଧିକ ରହିଛି । ପୁଣି ଥରେ ସଂକ୍ରମଣ ମୁଣ୍ଡ ଟେକିବାରୁ ଲକଡାଉନ ହଟାଇବା ଯୋଜନାକୁ ସରକାର ଝୁଲାଇ ରଖିଛନ୍ତି । ବ୍ରିଟେନରେ ଏ ପର୍ଯ୍ୟନ୍ତ ୪୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଥିବା ବେଳେ ଏକ ଲକ୍ଷ ୨୭ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ବ୍ରିଟେନରେ ଆଉ ଏକ କରୋନା ଟିକାକୁ ମଞ୍ଜୁରୀ ଦେଇଛି । ଏବେ ସେଠାରେ ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ ଲୋକଙ୍କୁ ଦିଆଯିବ ।

ପୁଣି ଥରେ ବଢୁଥିବା କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଚଳିତ ବର୍ଷ ଏପ୍ରିଲ ମାସ ପରେ ଆଜିର କେସ ସବୁଠୁ ସର୍ବାଧିକ ରହିଛି । ଗତ ସପ୍ତାହ ତୂଳନାରେ ଚଳିତ ସପ୍ତାହରେ ନୂତନ ରୋଗୀଙ୍କ ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ଘଟିଛି । ଏଥିରେ ବୈଜ୍ଞାନିକ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି । ବ୍ରିଟେନରେ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି ।

ସରକାର ଜୁନ ୨୧ରୁ ସମସ୍ତ କଟକଣା ହଟାଇବାକୁ ଯୋଜନା କରିଥିଲେ । ହେଲେ ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ହଟାଇବା ନିଷ୍ପତିକୁ ସ୍ଥଗିତ ରଖିଛନ୍ତି । କୁହାଯାଉଛି ବ୍ରିଟେନରେ କରୋନାର ନୂତନ ଭାରିଏଂଟ କେସ୍ ୭୫ ପ୍ରତିଶତ ଅଧିକ ରହିଛି । ଏଥିରେ ସଂକ୍ରମଣ ହାର ବହୁତ ବଢି ଯାଇଛି । ବୈଜ୍ଞାନିକ ସରକାରଙ୍କଠୁ ନେଇ ଜନତାଙ୍କୁ ସତର୍କ କରାଇଛନ୍ତି । ସଦ୍ୟତମ ତଥ୍ୟ ଅନୁସାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ନୂତନ ଭାରିଏଂଟରେ ସଂକ୍ରମିତ ହୋଇଛନ୍ତି ।