ପ୍ରଥମ ଡୋଜ୍ ଭ୍ୟାକ୍ସିନ୍ ନେବା ପରେ ଘୋଳାବିନ୍ଧା, ଗଣ୍ଠି ଯନ୍ତ୍ରଣା, ମାଂସପେଶୀରେ ପୀଡ଼ା, ମୁଣ୍ଡ ବୁଲାଇବା, ଜ୍ୱର ଆସିବା ଆଦି ଲକ୍ଷଣ ଦେଖାଦେଉଛି କି? ଜାଣନ୍ତୁ ଏହାର ମୂଳ କାରଣ, ଏନେଇ କ’ଣ କହୁଛନ୍ତି ଡାକ୍ତର

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୋଛକିରେ ରହିଛି । ନା କମୁଛି, ନା ବଢ଼ୁଛି । କେତେବେଳେ ଦୁଇଦିନ ପାଇଁ ବଢ଼ିଯାଉଛି ତ ଆଉ କେତେବେଳେ ଦୁଇଦିନ ପାଇଁ କମି ଯାଉଛି । ତେବେ ରାଜ୍ୟରେ ଜାରି ରହିଥିବା ଟିକାକରଣକୁ ନେଇ ଅନେକ ଲୋକ ଆଶଙ୍କା ମଧ୍ୟରେ ରହିଛନ୍ତି । ପ୍ରଥମ ଡୋଜ୍ ନେବାରେ ପରେ ଅନେକ ଲୋକଙ୍କ ଗଣ୍ଠି ଯନ୍ତ୍ରଣା, ଘୋଳାବନ୍ଧା ପରି ବିଭିନ୍ନ ସମସ୍ୟା ଦେଖାଦେଉଥିବା ଅଭିଯୋଗ ଆସୁଛି ।

ଡାକ୍ତରଙ୍କ ମତରେ, ସମସ୍ତଙ୍କୁ କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ଦରକାର । କୌଣସି ଭ୍ୟାକ୍ସିନ ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇନଥାଏ । ପ୍ରତ୍ୟେକ ଭ୍ୟାକ୍ସିନର ସାଇଡ୍ ଇଫେକ୍ଟ ରହିବା ସ୍ୱାଭାବିକ କଥା । କୋଭାକ୍ସିନ, କୋଭିସିଲ୍ଡ ଟିକା ନେବା ପରେ ମୁଣ୍ଡ ମୁଲାଇବା, ମାଂସପେଶୀରେ ପୀଡ଼ା, ଜ୍ୱର ଆସିବା, ଘୋଳାବିନ୍ଧା ଲାଗିବା, ଗଣ୍ଠି ବ୍ୟଥା ହେବା ଆଦି ଦେଖା ଦେଇଥାଏ । ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରି ଖାଇବା ପରେ ପାରାସିଟାମଲ୍ ନେଇପାରିବେ । ଅତିକମରେ ଗୋଟିଏ ସପ୍ତାହ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ । ଏହାପରେ ଆପଣଙ୍କଠାରେ ଦେଖାଦେଉଥିବା ସମସ୍ତ ଲକ୍ଷଣ ଧୀରେଧୀରେ କମିଯିବ । ଏହି ସାଇଡ୍ ଇଫେକ୍ଟ ଟିକା ଯୋଗୁଁ ବା ଅନ୍ୟ କାରଣରୁ ମଧ୍ୟ ଦେଖାଦେଇଥାଏ ବୋଲି ଡାକ୍ତର କହିଛନ୍ତି ।