fbpx

ଟିଏମସିକୁ ଫେରିଲେ ମୁକୁଲ ରୟ, ମମତା କହିଲେ ଘର ବାହୁଡା ହେଲା

କୋଲକାତା: ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରୟ ପୁଣିଥରେ ଟିଏମସିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଦଳ ପରିବର୍ତ୍ତନ କରିଛନ୍ତି । ଏନେଇ ମମତା କହିଛନ୍ତି ଯେ, ମୁକୁଲଙ୍କର ଘରବାହୁଡା ହୋଇଛି । ମୁକୁଲଙ୍କ ସହ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏମସିରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ବିଜେପିରେ ସାମିଲ ହେବା ପୂର୍ବରୁ ମୁକୁଲ ରୟ ଟିଏମସିରେ ମହାସଚିବ ଥିଲେ । ସେ ୨୦୧୭ ରେ ବିଜେପିରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସଭା ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା ବେଳେ ଆଜି ପୁଣି ଟିଏମସିକୁ ଫେରିଛନ୍ତି ।

Get real time updates directly on you device, subscribe now.