fbpx

ଫିନଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହେଲେ କ୍ରିଷ୍ଟିଆନ ଏରିକସନ୍

କୋପେନହାଗନ୍: ଫିନଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ଉଫା ୟୁରୋ ୨୦୨୦ ମ୍ୟାଚ ସମୟରେ ଡେନମାର୍କର ମିଡଫିଲ୍ଡର କ୍ରିଷ୍ଟିଆନ ଏରିକସନ ଆହତ ହୋଇଛନ୍ତି । ମ୍ୟାଚ ଚାଲିଥିବା ବେଳେ ଏରିକସନ ପଡ଼ିଆରେ ତଳେ ପଡ଼ିଯାଇଥିଲେ । ତେବେ ଏରିକସନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ପାଇଁ ଏହି ଫୁଟବଲ ମ୍ୟାଚକୁ ଦୁଇ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା । ବିରତି ପରେ ମ୍ୟାଚ ପୁଣି ଖେଳାଯିବା ସହ ସେଥିରେ ଫିନଲାଣ୍ଡ ୧-୦ରେ ବିଜୟଲାଭ କରିଥିଲା । କୋପେନହାଗନର ତେଲିଆ ପାର୍କେନ ଷ୍ଟାଡିୟମରେ ଏହି ଫୁଟବଲ ମ୍ୟାଚ ଖେଳାଯାଇଥିଲା ।

ମ୍ୟାଚର ୪୨ତମ ସେକେଣ୍ଡରେ ବିପକ୍ଷ ଦଳର ଏକ ଥ୍ରୋରେ ଜବାବ ଦେବାକୁ ଯାଇ ଏରିକସନ୍ ଆହତ ହୋଇଥିଲେ । ଏହାପରେ ସାଥୀ ଖେଳାଳିଙ୍କ ସହ ଡାକ୍ତରୀ ଦଳ ତାଙ୍କର ସହାୟତା ପାଇଁ ଆସିଥିଲେ । ଷ୍ଟାଡିୟମରେ ଉପସ୍ଥିତ ଥିବା ୧୬ ହଜାର ପ୍ରଶଂସକମାନେ ଏରିକସନଙ୍କ ଏହି ଅବସ୍ଥାକୁ ନେଇ ଅଚାନକ ସ୍ତବ୍ଧ ହୋଇଯାଇଥିଲେ ।

Get real time updates directly on you device, subscribe now.