fbpx

ଏହି ଦେଶରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ୨୦ରୁ ହଟିଯିବ କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ କିଛି ଦେଶରେ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଏହାରି ମଧ୍ୟରେ ଫ୍ରାନ୍ସରେ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ଆସନ୍ତା ଜୁନ୍ ୨୦ ତାରିଖରୁ ହଟାଇଦିଆଯିବ । ଗତବର୍ଷ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଆଜିଠାରୁ ଏହାକୁ ହଟାଇଦିଆଯାଇଛି । ଏଣିକି ଫ୍ରାନ୍ସର ସର୍ବସାଧାରଣ ସ୍ଥାନରେ ଲୋକଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଫ୍ରାନ୍ସ ସରକାର କହିଛନ୍ତି ଯେ, ଏହା ବାହାରେ ମାସ୍କ ପିନ୍ଧିବା ଓ ୧୦ ଦିନ ନାଇଟ୍ କର୍ଫ୍ୟୁକୁ ହଟାଇଦିଆଯାଇଛି । କାହିଁକି ନା ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ଓ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢିଚାଲିଛି ।

ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ କହିଛନ୍ତି ଯେ, ଲୋକମାନଙ୍କୁ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ଗୁରୁବାରଠାରୁ ହଟାଇଦିଆଯିବ ଓ ଜୁନ୍ ୨୦ ରୁ କରୋନା କର୍ଫ୍ୟୁ ମଧ୍ୟ ରଦ୍ଦ କରାଯିବ । କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ କାଷ୍ଟେକ୍ସ କହିଛନ୍ତି ଯେ ଆମ ଦେଶର ସ୍ୱାସ୍ଥ୍ୟ ଅବସ୍ଥା ଆଶା କରାଯାଉଥିବା ଠାରୁ ଦ୍ରୁତ ଗତିରେ ଉନ୍ନତି କରୁଛି । କିନ୍ତୁ ଅତ୍ୟଧିକ ଗହଳି ଯଥା ଷ୍ଟାଡିୟମ ଓ ବଜାର ଭଳି ସ୍ଥାନରେ ଲୋକମାନେ ନିଜର ସୁରକ୍ଷା ଦୃଷ୍ଟିରୁ ମାସ୍କ ପରିଧାନ କରିବା ଉଚିତ୍ । ସେଠାରେ ମାସ୍କ ନିୟମକୁ କଡାକଡି ଭାବେ ପାଳନ କରାଯିବ, କିନ୍ତୁ ବାକି ସବୁ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ନୁହେଁ ।

ତେବେ ଫ୍ରାନ୍ସରେ କରୋନା ଭାଇରସର ନୂତନ ମାମଲାରେ ଦ୍ରୁତ ହ୍ରାସ ଘଟିଛି । ମଙ୍ଗଳବାର ଦିନ ଦେଶରେ କରୋନା ଜୀବାଣୁଙ୍କ ସଂଖ୍ୟା ୩୨୦୦ କୁ ହ୍ରାସ ପାଇଛି । ଅଗଷ୍ଟ ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ନୂଆ ମାମଲାରେ ଏପରି ହ୍ରାସ ଘଟିଛି । ୬ ମାସ ପୂର୍ବରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

Get real time updates directly on you device, subscribe now.